Mon. Dec 23rd, 2024

ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପତ୍ର ଲେଖି ସମବେଦନା ଜଣାଇଲେ ବଙ୍ଗଳାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା

By amfnews Sep 1, 2020 #Featured
196 Views

ନୂଆଦିଲ୍ଲୀ, ସେପ୍ଟେମ୍ୱର ୧ : ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କର ସୋମବାର ଦିଲ୍ଲୀର ଏକ ସାମରିକ ଡାକ୍ତରଖାନାରେ 84 ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ସେ କରୋନାରେ ପୀଡିତ ଥାଇ ଗତ ଅଗଷ୍ଟ 10 ତାରିଖରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ପ୍ରଣବ ଦାଙ୍କ ଦେହାନ୍ତରେ ସମଗ୍ର ବିଶ୍ୱର ବରିଷ୍ଠ ନେତାମାନେ ଶୋକ ପ୍ରକାଶ କରିଛନ୍ତି । ପଡୋଶୀ ଦେଶ ବାଂଲାଦେଶ ସହିତ ପ୍ରଣବ ଦାଙ୍କର ଘନିଷ୍ଠ ସମ୍ପର୍କ ଥିଲା । ପ୍ରଣବ ଦାଙ୍କ ଦେହାନ୍ତରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମବେଦନା ପତ୍ର ଲେଖିଛନ୍ତି। କେବଳ ଏତିକି ନୁହେଁ ବାଂଲାଦେଶରେ ତାଙ୍କ ମୃତ୍ୟୁକୁ ନେଇ ଗୋଟିଏ ଦିନ ପାଇଁ ଜାତୀୟ ଶୋକ ଦିବସ ଭାବେ ମଧ୍ୟ ଘୋଷଣା କରାଯାଇଛି ।

ମୋଦୀଙ୍କୁ ଲେଖିଥିବା ଏକ ପତ୍ରରେ ଶେଖ ହସିନା ସମବେଦନା ଜଣାଇ ପ୍ରଣବ ଦାଙ୍କୁ ‘ପ୍ରକୃତ ବନ୍ଧୁ’ ବୋଲି ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି ଯେ ପ୍ରଣବ ଦା ବାଂଲାଦେଶର ପ୍ରକୃତ ବନ୍ଧୁ ଥିଲେ। ବାଂଲାଦେଶୀ ଲୋକଙ୍କ ପ୍ରତି ତାଙ୍କର ବହୁତ ଭଲପାଇବା ଏବଂ ସମ୍ମାନ ଥିଲା । ତାଙ୍କୁ 2013 ରେ ବାଂଲାଦେଶ ମୁକ୍ତିଯୋଦ୍ଧା ସମ୍ମାନ ପ୍ରଦାନ କରାଯାଇଥିଲା । ସୂଚନାଯୋଗ୍ୟ ଯେ ଭାରତରେ 7 ଦିନିଆ ଜାତୀୟ ଶୋକ ଘୋଷଣା କରାଯାଇଛି । ପ୍ରଣବ ମୁଖାର୍ଜୀଙ୍କ ଅନ୍ତିମ ସଂସ୍କାର ଆଜି ଅପରାହ୍ନ 2 ଟାରେ ଲୋଧି ରୋଡ୍ ଶ୍ମଶାନରେ ଅନୁଷ୍ଠିତ ହେବ |

ଶେଖ ହସିନା ପ୍ରଣବ ଦା ଏବଂ ତାଙ୍କ ପତ୍ନୀ ଶୁଭ୍ରାଙ୍କ ସହ ଅତି ନିକଟତର ଥିଲେ । ଶେଖ ହସିନା ଭାରତରେ ଆଶ୍ରୟ ନେବାବେଳେ ଦୁଇ ପରିବାର ଏକାଠି ଅନେକ ସମୟ ବିତାଇଥିଲେ । ହସିନା ଘରକୁ ଫେରିବା ପରେ ମଧ୍ୟ ସମ୍ପର୍କ ଅକ୍ଷୁର୍ଣ୍ଣ ରହିଥିଲା । ବିଶେଷ କରି 2015 ରେ ଶୁଭ୍ରାଙ୍କ ମୃତ୍ୟୁ ଖବର ଶୁଣି ସେ ଦିଲ୍ଲୀ ଆସିଥିଲେ ତାଙ୍କ ଶେଷ ଦର୍ଶନ କରିବା ପାଇଁ ।

By amfnews

Related Post