Thu. Jan 23rd, 2025

ପ୍ରକାଶ ପାଇଲା +୨ ବିଜ୍ଞାନ ଫଳ, ୭୩, ୨୧୧ ଜଣ ହେଲେ କୃତକାର୍ଯ୍ୟ

By amfnews May 19, 2018 #Featured
279 Views

ଯୁକ୍ତ ଦୁଇ ବିଜ୍ଞାନ ଫଳ ଆଜି ପ୍ରକାଶ ପାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଦିନ ୧୧ଟାରେ ପରିଷଦ କାର୍ଯ୍ୟାଳୟରେ ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି । ଚଳିତ ବର୍ଷ ପାସ୍ ହାର ୭୭.୯୮ ପ୍ରତିଶତ ରହିଛି । ବିଜ୍ଞାନ ବିଭାଗରେ ୯୬ ହଜାର ୧୭୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଏଥିରେ କୃତକାର୍ଯ୍ୟ ହୋଇଛନ୍ତି ୭୩, ୨୧୧ ଜଣ ।

ଛାତ୍ରଛାତ୍ରୀ ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ସିଏଚ୍ଏସଇଓଡିଶା ଡଟ୍ ଏନଆଇସି ଡଟ୍ ଇନ୍ ଏବଂ ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ଓଡିଶାରେଜଲ୍ଟସ ଡଟ୍ ଏନଆଇସି ଡଟ୍ ଇନ୍ ମାଧ୍ୟମରେ ସେମାନଙ୍କ ଫଳ ଜାଣିପାରିବେ । ପରୀକ୍ଷା ସଂପର୍କିତ ସୂଚନା ଲାଗି ପରିଷଦ ପକ୍ଷରୁ ଏକ ହେଲପ ଲାଇନ ନମ୍ବର ୦୬୭୪ -୨୩୦୨୩୯୨ ଖୋଲାଯାଇଛି । ରେଜଲ୍ଟ ଜାଣିବା ପାଇଁ ପରୀକ୍ଷାର୍ଥୀଙ୍କ ରୋଲ ନମ୍ବର ଏବଂ ରେଜିଷ୍ଟେସନ ନମ୍ବର ଆବଶ୍ୟକ ରହିଛି । ୱେବସାଇଟରେ ଉଭୟ ନମ୍ବର ଦାଖଲ କଲେ ପରୀକ୍ଷାରର୍ଥୀ ରେଜଲ୍ଟ ଜାଣିପାରିବେ । ଏନେଇ ସୂଚନା ଦେଇଛନ୍ତି ପରିଷଦର ପରୀକ୍ଷା ନିୟନ୍ତ୍ରକ ପ୍ରବୋଧ କୁମାର ପଣ୍ଡା ।

By amfnews

Related Post