Wed. Nov 27th, 2024

ପ୍ରକାଶ ପାଇଲା +୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ରେଜଲ୍ଟ, ପୁରୀ ୨ୟବର୍ଷ ପାଇଁ କଳାରେ ଟପର, ପଛରେ ପଡିଲା ନବରଙ୍ଗପୁର

By Manas Jun 9, 2018 #Featured
219 Views

ଭୁବନେଶ୍ୱର, ଜୁନ ୦୯:ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମ ବିଷୟରେ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ର ଆଜି ପୂର୍ବାହ୍ନ ୧୦ଟା ୩୦ ରେ ପରିଷଦ କାର୍ଯ୍ୟାଳୟରେ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି । ୱେବସାଇଟରେ ଉଭୟ ରୋଲ ନମ୍ବର ଓ ରେଜିଷ୍ଟ୍ରେସନ ନମ୍ବର ବ୍ୟବହାର କରି www.chseodisha.nic.inwww.orissaresults.nic.in ବିଦ୍ୟାର୍ଥୀମାନେ ଫଳାଫଳ ଦେଖିବାର ବ୍ୟବସ୍ଥା ହୋଇଛି।

କଳା: କଳାରେ ପୁରୀରେ ସର୍ବାଧିକ ରେଜଲ୍ଟ ହୋଇଥିବା ବେଳେ ନବରଙ୍ଗପୁରରେ ସର୍ବନିମ୍ନ ରେଜଲ୍ଟ ହୋଇଛି । ଏଥର ବି ବାଜିମାରିଛନ୍ତି ଛାତ୍ରୀ । କିନ୍ତୁ ଗତବର୍ଷ ଅପେକ୍ଷା ଚଳିତ ବର୍ଷ ପାସ୍ ହାର କମିଛି । ମୋଟ୍ ୨୩୦୨୦୬ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।  ସେମାନଙ୍କ ମଧ୍ୟରୁ ପାସ୍ କରିଛନ୍ତି ମୋଟ ୧, ୫୮, ୩୭୮ ଛାତ୍ରଛାତ୍ରୀ  । ଚଳିତ ବର୍ଷ ମୋଟ ପାସ୍ ହାର ୬୮.୭୯ ପ୍ରତିଶତ  । ଯୁକ୍ତ ୨ କଳାରେ ୬୩, ୭୫୯ ଛାତ୍ର ଏବଂ ୯୪, ୬୧୯ ଛାତ୍ରୀ ପାସ୍ କରିଛନ୍ତି  । ପୁରୀ ଜିଲ୍ଲାର ୭୯.୮୭ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ନବରଙ୍ଗପୁରର ମାତ୍ର ୪୭.୫୮ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। କଳାରେ ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି ୧୯,୯୯୩ ପିଲା  । ସେହିପରି ୨ୟ ଶ୍ରେଣୀରେ ୨୬,୦୭୬ ଏବଂ ୩ୟ ଶ୍ରେଣୀରେ ୧,୧୨,୧୪୩ ପିଲା  ପାସ୍ କରିଛନ୍ତି  ।

ବାଣିଜ୍ୟ: ବାଣିଜ୍ୟରେ ନୟାଗଡ ଆଗରେ । ନୟାଗଡର ସର୍ବାଧିକ ରେଜଲ୍ଟ ହୋଇଛି । ୯୫.୫୯ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଦେବଗଡ଼ର ସବୁଠାରୁ କମ୍‌ ଅର୍ଥାତ ୪୫.୦୭ ପ୍ରତିଶତ ଛାତ୍ରଛାତ୍ରୀ ବାଣିଜ୍ୟରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।  +୨ ବାଣିଜ୍ୟରେ ଚଳିତ ଥରର ପାସ୍ ହାର ୭୪.୯୧ ପ୍ରତିଶତ  । ବାଣିଜ୍ୟ ପରୀକ୍ଷା ଦେଇଥିଲେ ମୋଟ ୨୬,୯୮୪ ପିଲା  । ବାଣିଜ୍ୟ ବିଭାଗରେ ମୋଟ୍ ୨୦ହଜାର ୨୧୬ ଜଣ ପାସ୍ କରିଛନ୍ତି  । ବାଣିଜ୍ୟରେ ଛାତ୍ର ୧୩,୦୮୯ ଏବଂ ଛାତ୍ରୀ  ୭,୧୨୭ ପାସ୍ ହୋଇଛନ୍ତି  । ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି ୪,୦୦୬ ଛାତ୍ରଛାତ୍ରୀ  । ୨ୟ ଶ୍ରେଣୀରେ ୩୭୩୪ ଏବଂ ୩ୟ ଶ୍ରେଣୀରେ ୧୨,୪୭୦ଜଣ ଛାତ୍ରଛାତ୍ରୀ ପାସ୍  । ପାସ୍ ହାରରେ ନୟାଗଡ ଜିଲ୍ଲା ପ୍ରଥମ, ପାସ୍ ହାର ୯୫.୫୯ ପ୍ରତିଶତ  । ପାସ୍ ହାରରେ ଦେବଗଡ ଜିଲ୍ଲା ସର୍ବନିମ୍ନ, ପାସ୍ ହାର ୪୫.୦୭ ପ୍ରତିଶତ  ।

ଧନ୍ଦାମୂଳକ ଶିକ୍ଷା: ଚଳିତ ବର୍ଷ ଧନ୍ଦାମୂଳକ ପରୀକ୍ଷାରେ ୭,୯୬୬ ପିଲା ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ ୪,୧୯୧ ଜଣ ପାସ୍ କରିଛନ୍ତି। ପାସ୍ ହାର ୫୨.୬୧% ରହିଛି। ୨,୦୮୦ ଜଣ ଛାତ୍ର ପାସ୍ କରିଥିବା ବେଳେ ୨,୧୧୧ ଜଣ ଛାତ୍ରୀ ପାସ୍ କରିଛନ୍ତି। ୨୯୯ ଜଣ ପ୍ରଥମ ଶ୍ରେଣୀରେ ପାସ୍ କରିଥିବା ବେଳେ ୧,୬୯୨ ଦ୍ୱିତୀୟ ଶ୍ରେଣୀରେ ଓ ୨,୦୫୧ ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି। ବରଗଡ଼ରେ ପାସ୍ ହାର ସର୍ବାଧିକ ୮୧.୮୯% ଥିବା ବେଳେ ନବରଙ୍ଗପୁରରେ ପାସ୍ ହାର ୩.୯୨% ରହିଛି।

ଚଳିତବର୍ଷ କଳା ବିଭାଗରେ ୨,୩୩,୯୭୮, ବାଣିଜ୍ୟ ବିଭାଗରେ ୨୭,୪୪୭ ଓ ଧନ୍ଦାମୂଳକ ଶିକ୍ଷା ବିଭାଗରେ ୮ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଶିକ୍ଷକ ଓ ଅଧ୍ୟାପକ ମଞ୍ଚର ଆନ୍ଦୋଳନ ଯୋଗୁ ପରୀକ୍ଷା ରେଜଲ୍ଟ ବାହାରିବାରେ ବିଳମ୍ବ ହୋଇଥିବା ମନ୍ତ୍ରୀ ସ୍ୱୀକାର କରିଥିବା ବେଳେ ବିଭ୍ରାଟକୁ ଏଡାଇଯାଇଥିଲେ ।

ଛାତ୍ରଛାତ୍ରୀମାନେ ଜୁନ୍ ୨୫ ତାରିଖ ଭିତରେ ନିଜର ପରୀକ୍ଷା ଖାତା ପୁନଃ ମୂଲ୍ୟାୟନ ପାଇଁ ଆବେଦନ କରିବାର ସମୟ ସୀମା ରହିଛି । ସେହିଭଳି ଇନଷ୍ଟାଣ୍ଟ ପରୀକ୍ଷା ଜୁଲାଇ ଦ୍ୱୀତୀୟ ସପ୍ତାହରେ ହେବ ବୋଲି ସୂଚନା ମିଳିଛି ।

By Manas

Related Post