217 Views
ଭୁବନେଶ୍ୱର, ଜୁଲାଇ ୨୯ : ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ପ୍ରକାଶ ପାଇଲା ଚଳିତବର୍ଷର ମାଟ୍ରିକ ପରୀକ୍ଷାଫଳ । ବୁଧବାର ସକାଳ ୧୧ଟାରେ ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ । ଚଳିତବର୍ଷ ମାଟ୍ରିକ ପାସ୍ ହାର ୭୮.୭୬% ରହିଛି। ପୁଅଙ୍କ ତୁଳନାରେ ଝିଅମାନେ ଏଥର ବାଜିମାତ୍ କରିଛନ୍ତି। ଏ ନେଇ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ବୋର୍ଡର ୨ଟି ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହୋଇଛି। ଏହି ୱେବସାଇଟ ହେଲା www.bseodisha.ac.in ଏବଂ www.bseodisha.nic.in। ଏଥିସହ ୫୬୭୬୭୫୦ରେ ଏସଏମଏସ କରିଲେ ମଧ୍ୟ ରେଜଲ୍ଟ ମିଳିପାରିବ।
ଫଳ ପ୍ରକାଶନଠାରୁ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ (ସକାଳ ୧୧ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ) ଏହି କଣ୍ଟ୍ରୋଲ ରୁମ ଖୋଲା ରହିବ। ୦୬୭୧-୨୪୧୨୦୫୯ ଏବଂ ୦୬୭୧-୨୪୧୨୦୬୦ ଟେଲିଫୋନ ନମ୍ବରରେ ଛାତ୍ରୀଛାତ୍ର ଓ ଅଭିଭାବକମାନେ ଉକ୍ତ ସମୟ ମଧ୍ୟରେ ଯୋଗାଯୋଗ କରିପାରିବେ।
ଏ୧ ଗ୍ରେଡ୍ରେ ୧,୨୭୯ଜଣ ପାସ୍ କରିଥିବା ବେଳେ ଏ୨ ଗ୍ରେଡ୍ରେ ୮,୪୫୮, ବି୧-୧୮,୧୮୮, ବି୨-୩୨,୩୨୮, ସି ୪୯,୧୫୩, ଡି-୮୯,୫୫୬, ଇ- ୨,୨୩,୧୯୫ ଜଣ ପାସ୍ କରିଛନ୍ତି।