Sat. Mar 7th, 2026

ପୋଡ଼ି ହୋଇ ଶ୍ୱଶୁର-ବୋହୂ ଗୁରୁତର

179 Views

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ କଡ଼ରାପାଳ ଗାଁରେ ଗ୍ୟାସ ନିଆଁରେ ପୋଡ଼ି ହୋଇ ଶ୍ୱଶୁର-ବୋହୂ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ମହିଳାଙ୍କ ଦିଅର ମଧ୍ୟ ଆହତ ହୋଇଛନ୍ତି।

ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ସଞ୍ଜୀବନୀ ବାରିକ ନାମ୍ନୀ ମହିଳା ଚା’ କରୁଥିବା ବେଳେ ହଠାତ୍‌ ଗ୍ୟାସ୍‌ ଚୁଲାରୁ ନିଆଁ ତାଙ୍କ ଦେହରେ ଲାଗିଯାଇଥିଲା। ତେବେ ସଞ୍ଜୀବନୀଙ୍କ ଦେହରେ ନିଆଁ ଲାଗିଥିବା ଦେଖି ତାଙ୍କ ଶ୍ୱଶୁର ନରୋତ୍ତମ ଉଦ୍ଧାର କରିବାକୁ ଯାଇ ସେ ମଧ୍ୟ ଗୁରୁତର ହୋଇଛନ୍ତି। ଏହି ଘଟଣାରେ ସଞ୍ଜୀବନୀଙ୍କ ଦିଅର ନାରାୟଣ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି। ସମସ୍ତଙ୍କୁ ଆନନ୍ଦପୁର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

ସଞ୍ଜୀବନୀଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।  ସଞ୍ଜୀବନୀଙ୍କ ଶରୀରର ପ୍ରାୟ ୭୦ ଭାଗରୁ ଅଧିକ ପୋଡ଼ି ଯାଇଥିବା ବେଳେ  ନରୋତ୍ତମ ପ୍ରାୟ ୩୦ ପ୍ରତିଶତରୁ ଅଧିକ ପୋଡ଼ି ହୋଇ ଯାଇଥିବା ଜଣାପଡ଼ିଛି।

By amfnews

Related Post