Tue. Mar 10th, 2026

ପୋଲାଭରମ୍‌ ଦୁର୍ନୀତି: ରିଟ୍‌ ପିଟିସନ୍‌ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଲେ ଦିଲ୍ଲୀ ହାଇକୋର୍ଟ

172 Views

ନୂଆଦିଲ୍ଲୀ  :  ପୋଲାଭରମ୍‌ ପ୍ରକଳ୍ପ କାର୍ଯ୍ୟକାରିତାରେ ବେଆଇନ୍‌, ଦୁର୍ନୀତି ଏବଂ ଜାଲିଆତି ହୋଇଥିବା ସଂକ୍ରାନ୍ତରେ ଆବେଦନକାରୀ ଡକ୍ଟର୍‌ ପେନ୍ତାପତି ପୁଲ୍ଲ ରାଓଙ୍କ ରିଟ୍‌ ପିଟିସନ୍‌କୁ ଅଭିଯୋଗ ଭାବେ ବିଚାର କରି ଶୁଣାଣି ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟକୁ ବୁଧବାର ଦିନ ନିର୍ଦେଶ ଦେଇଛନ୍ତି। ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ନରେନ୍ଦ୍ରଭାଇ ପଟେଲ୍‌ ଏବଂ ଜଷ୍ଟିସ୍‌ ହରିଶଙ୍କରଙ୍କୁ ନେଇ ଗଠିତ ଖଣ୍ଡପୀଠ ପିଟିସନ୍‌ ଉପରେ ଏହି ରାୟ ଦେଇଛନ୍ତି।

ଆବେଦନକାରୀଙ୍କ ଓକିଲ ଦର୍ଶାଇ ଥିଲେ କି, ପୋଲାଭରମ୍‌ ପ୍ରକଳ୍ପରେ ବ୍ୟାପକ ଅନିୟମିତା ହୋଇଛି ଏବଂ ଏଥିରେ କୌଣସି ସ୍ୱଚ୍ଛତା ନାହିଁ। ହୋଇଥିବା ଦୁର୍ନୀତି ସଂକ୍ରାନ୍ତରେ କେନ୍ଦ୍ର ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି। ପ୍ରକଳ୍ପର ମୂଲ୍ୟ ୧୬,୧୦୦ କୋଟି ଟଙ୍କାରୁ ୫୮, ୦୦୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଦୁର୍ନୀତି ସଂକ୍ରାନ୍ତ ସିଏଜି ରିପୋର୍ଟକୁ ମଧ୍ୟ ଉପେକ୍ଷା କରାଯାଇଛି।

ଆବେଦନକାରୀଙ୍କ ଅଭିଯୋଗ ଶୁଣିବା ପରେ ଅଦାଲତ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରାଳୟକୁ କହିଛନ୍ତି କି, କାହିଁକି ଆବେଦନକାରୀଙ୍କ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ।

ଅନୁସନ୍ଧାନର ଉତ୍ତର ଦେଇ କେନ୍ଦ୍ର ସରକାର ଏବଂ ପୋଲାଭରମ୍‌ ପ୍ରକଳ୍ପ କର୍ତ୍ତୃପକ୍ଷ କହିଛନ୍ତି ଘଟଣାଟି ଆନ୍ଧ୍ର ସହ ସମ୍ପୃକ୍ତ ହୋଇଥିବାରୁ ମାମଲା ଏ ଅଦାଲତଙ୍କର ପରିସୀମାଭୁକ୍ତ ନୁହେଁ। ଏ ଭଳି ଯୁକ୍ତିକୁ ଅଦାଲତ କାଟିବା ସହ କହିଥିଲେ କି, ଆପଣ ଏ ଭଳି କହି ପାରିବେ ନାହିଁ।
ତୁରନ୍ତ ଏହି ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଦାଲତ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି।

By amfnews

Related Post