Sun. Mar 8th, 2026

ପୋଲାଚି ଯୌନ ଶୋଷଣ ମାମଲା: ପୀଡ଼ିତାଙ୍କ ବିଷୟରେ ତଥ୍ୟ ପ୍ରଘଟ କରି ଅଡୁଆରେ ତାମିଲନାଡୁ ସରକାର

328 Views

ଚେନ୍ନାଇ: ପୋଲାଚି ଯୌନ ଶୋଷଣ ମାମଲାର ପୀଡ଼ିତାଙ୍କ ନାମ ପ୍ରଘଟ କରି ଅଡୁଆରେ ତାମିଲନାଡୁର ଗୃହ ବିଭାଗ। ମାର୍ଚ ୧୩ ତାରିଖରେ ତାମିଲନାଡୁ ସରକାର ଜାରି କରିଥିବା ପୋଲାଚି ଯୌନ ଶୋଷଣ ମାମଲାର ସରକାରୀ ଆଦେଶରେ ପୀଡ଼ିତାଙ୍କ ନାମ ପ୍ରକାଶ ପାଇବା ପରେ ତାମିଲନାଡୁ ସରକାର ଏବେ ବିବାଦରେ ଛନ୍ଦି ହୋଇ ପଡ଼ିଛନ୍ତି। ପ୍ରକାଶ ପାଇଥିବା ସରକାରୀ ଆଦେଶ ଏବେ ସୋସିଆଲ୍‌ ମିଡିଆରେ ଘୂରିବାରେ ଲାଗିଛି। ସେଥିରେ ପୀଡ଼ିତାଙ୍କ ନାମ, ଅଭିଯୋଗ ଆଣିଥିବା ତାଙ୍କ ଭାଇଙ୍କ ନାମ ଓ ପୀଡ଼ିତା ପଢୁଥିବା କଲେଜର ନାମ ଆଦି ଉଲ୍ଲେଖ କରାଯାଇଛି।

ଉଲ୍ଲେଖଯୋଗ, ଭାରତୀୟ ଆଇନ୍‌ ମୁତାବକ, କୌଣସି ବି ଗଣମାଧ୍ୟମ ସଂସ୍ଥା ଓ କାନୁନ ପ୍ରବର୍ତନ ଏଜେନ୍ସିମାନଙ୍କୁ ଯୌନ ଶୋଷଣର ଶିକାର ହୋଇଥିବା ପୀଡ଼ିତାଙ୍କ ନାମ ଓ ଠିକଣା ପ୍ରକାଶ କରିବାର ଅଧିକାର ଦିଆଯାଇ ନାହିଁ। ଏହି ମାମଲାର ଏଫ୍‌ଆଇଆର୍‌ କପିକୁ ବି ସର୍ବସାଧାରଣ କରାଯାଇ ପାରିବ ନାହିଁ। ୨୦୧୮ ମସିହା ଡିସେମ୍ବର ମାସରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଯୌନ ଶୋଷଣର ଶିକାର ହୋଇଥିବା ପୀଡ଼ିତାଙ୍କ ନାମ କୌଣସି ମତେ ପ୍ରକାଶ ନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏପରିକି ପୀଡ଼ିତାଙ୍କ ମୃତ୍ୟୁ ପରେ ବି ତାଙ୍କ ନାମ ପ୍ରକାଶ ନ କରିବା ପାଇଁ ନିର୍ଦ୍ଦେଶରେ କୁହାଯାଇଥିଲା।

By amfnews

Related Post