Tue. Dec 24th, 2024

ପେଟ୍ରୋଲ, ଡିଜେଲ ଦରବୃଦ୍ଧି ପ୍ରତିବାଦରେ ଆର୍ଏନ୍ପାଲୀ ବିଜୁ ଯୁବ-ଛାତ୍ର-ମହିଳା ଜନତା ଦଳର ଜନସଚେତନତା କାର୍ଯ୍ୟକ୍ରମ

rklsanchar@gmail.com' By J.N. Pradhan Sep 10, 2018 #Featured
ପେଟ୍ରୋଲ, ଡିଜେଲ ଦରବୃଦ୍ଧି ପ୍ରତିବାଦରେ ଆର୍ଏନ୍ପାଲୀ ବିଜୁ ଯୁବ-ଛାତ୍ର-ମହିଳା ଜନତା ଦଳର ଜନସଚେତନତା କାର୍ଯ୍ୟକ୍ରମ ରାଉରକେଲାପେଟ୍ରୋଲ, ଡିଜେଲ ଦରବୃଦ୍ଧି ପ୍ରତିବାଦରେ ଆର୍ଏନ୍ପାଲୀ ବିଜୁ ଯୁବ-ଛାତ୍ର-ମହିଳା ଜନତା ଦଳର ଜନସଚେତନତା କାର୍ଯ୍ୟକ୍ରମ ରାଉରକେଲା
232 Views

ରାଉରକେଲା, ୧୦/୯:ବିଜେପି ନେତୃତ୍ୱାଧିନ କେନ୍ଦ୍ର ସରକାରଙ୍କ ପକ୍ଷରୁ ତୁହାକୁତୁହା ପେଟ୍ରୋଲ, ଡିଜେଲ ଦରବୃଦ୍ଧି ପ୍ରତିବାଦରେ ଗତ ୭ ତାରିଖ ଠାରୁ ଓଡିଶାର ବିଭିନ୍ନ ଅଞ୍ଚଳରେ ପ୍ରତିବାଦର ସ୍ୱର ଉତ୍ତୋଳନ ହୋଇଥିବା ବେଳେ ଆଜି ରଘୁନାଥପାଲୀ ନିର୍ବାଚନ ମଣ୍ଡଳୀର ଯୁବ, ଛାତ୍ର, ମହିଳା ଜନତା ଦଳ ପକ୍ଷରୁ ବିଭିନ୍ନ ପେଟ୍ରୋଲ ପମ୍ପ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବରେ ଜନସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।

ବିଜୁ ଯୁବ ଜନତା ଦଳର ସଭାପତି ସତ୍ୟନାରାୟଣ ପ୍ରଧାନଙ୍କ ନେତୃତ୍ୱରେ ଆମ୍ବାଗାନ ପେଟ୍ରୋଲ ପମ୍ପ ସମ୍ମୁଖରେ ଦଳୀୟ ଯୁବ ଓ ବରିଷ୍ଠ ସଦସ୍ୟମାନେ ଏକଜୁଟ ହୋଇ କେନ୍ଦ୍ର ସରକାରଙ୍କ ଜନବିରୋଧି ଆଭିମୁଖ୍ୟ ପାଇଁ ତୀବ୍ର ସମାଲୋଚନା କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ରଘୁନାଥପାଲୀ ନିର୍ବାଚନ ମଣ୍ଡଳୀ ବିଜେଡି ନଗର ସଭାପତି ସୁଧୀର ସୁନ୍ଦର ରାୟ ଯୋଗ ଦେଇ କହିଲେ ଯେ, ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ଯୋଗୁଁ ଅଗଣିତ ଖଟିଖିଆ, ମେହନତି ଶ୍ରମଜୀବୀଙ୍କ ଭଳି ସାଧାରଣ ଜନତା କ୍ଷତିଗ୍ରସ୍ତ ହେଉଛନ୍ତି ।

ସାଧାରଣ ମଣିଷଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ କେନ୍ଦ୍ର ସରକାର ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥ ହାସଲ ପାଇଁ ପୁଞ୍ଜିପତିଙ୍କୁ ପ୍ରୋତ୍ସାହନ ଦେଉଥିବାରୁ ଦେଶର ଅର୍ଥନୀତି କ୍ରମଶଃ ବିପର୍ଯ୍ୟସ୍ତ ହେବାରେ ଲାଗିଛି । ଦେଶର ପେଟ୍ରୋଲ ମୂଲ୍ୟ ବୃଦ୍ଧିର ପ୍ରଭାବରେ ଦୈନନ୍ଦିନ ଅତ୍ୟାବଶ୍ୟକ ସାମଗ୍ରୀ ସହ ଯାତାୟତ ପରିବହନ ମୂଲ୍ୟ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । କେନ୍ଦ୍ର ସରକାର ତୈଳ ଦର ବୃଦ୍ଧି ଏବେ ବରଦାସ୍ତ ବାହାରେ । ଏହି ଦରବୃଦ୍ଧିକୁ ଯଥାଶୀଘ୍ର ପ୍ରତ୍ୟାହାର ନ କଲେ ଏହା ବିରୁଦ୍ଧରେ ଅତିଷ୍ଠ ଜନସାଧାରଣ ଆଗାମୀ ଦିନରେ ଏହାର ଉଚିତ୍ ଜବାବ ଦେବେ ।

ଏହି କାର୍ଯ୍ୟକ୍ରମରେ ଦଳର ବରିଷ୍ଠ ସଦସ୍ୟ ନିରଞ୍ଜନ ଦାସ, ବଂଶୀଧର ପରିଡା, ପ୍ରହ୍ଲାଦ ନାୟକ, ସଞ୍ଜୀବ ନାୟକ, ସୁଲତାନ ଖାନ, ଶିଶିର ସାହୁ, ସୁଜିତ ସାହୁ, ଶୁଭେନ୍ଦୁ ଆକାଶ ମାଝି, ଅନୀଲ ସିଂ, ସୁରଜ ଖୁଣ୍ଟିଆ, ମନୋରଞ୍ଜନ ମହାପାତ୍ର, ଅଜିତ ସ୍ୱାଇଁ, ରମେଶ ପାତ୍ର, ରାମ ଚନ୍ଦ୍ର ଗୌଡ, ରବୀନ୍ଦ୍ର ବାରିକ, ପ୍ରିୟବ୍ରତ ଭଞ୍ଜ ପ୍ରମୁଖ ଯୋଗ ଦେଇଥିବା ବେଳେ ୭/୧୭ଛକସ୍ଥିତ ପେଟ୍ରୋଲ ପମ୍ପରେ ରଘୁନାଥପାଲୀ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଇନ୍ଦିରା ନାୟକଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଶ୍ରୀମତୀ ନାୟକ ପେଟ୍ରୋଲ ଦର ବୃଦ୍ଧିକୁ ବିରୋଧ କରି ଜନସାଧାରଣଙ୍କ ପାଇଁ ଉପହାସ ବୋଲି କହିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ନାରୀନେତ୍ରୀ ମିନତୀ ବିଶ୍ୱାଳ, ଚିତ୍ତରଞ୍ଜନ ମହାନ୍ତି, ପ୍ରତିମା ରାଉତ, ରଞ୍ଜିତା ମହାରଣା, ସ୍ମିତା ମହାନନ୍ଦ, ରଞ୍ଜିତା ପ୍ରତିହାରୀ, ବୃନ୍ଦା ବାରିକ, ରମା ନାୟକ, ମିନାକ୍ଷୀ ବାରିକ, ରୋଜି ମହାରଣା, ରୋଜାଲିନ ପ୍ରଧାନ, ବାସନ୍ତୀ ସମାସୀ, ପୂଜା ପଢିହାରୀ, ଅର୍ଣ୍ଣପୂର୍ଣ୍ଣା ସୁବୁଦ୍ଧିଙ୍କ ସମେତ ଅବତାବ ଅଲ୍ଲୀଖାନ, ସବୀର ଅଲ୍ଲୀଖାନ, ମନୋଜ ବାଗ, ମଙ୍ଗୁ ମହାନ୍ତି, ସୁରେନ୍ଦ୍ର ତାଣ୍ଡି, ସୂର୍ଯ୍ୟନାରାୟଣ ଦାସ, ଅସୀତଦାସ, ପ୍ରମୋଦ ଦାସ, ବ୍ରଜକିଶୋର ପ୍ରଧାନ, ପୂର୍ଣ୍ଣ ଚନ୍ଦ୍ର ନାୟକ ପ୍ରମୁଖଙ୍କ ସମେତ ଶତାଧିକ ମହିଳା ସାମିଲ୍ ହୋଇଥିଲେ ।

ସେହିଭଳି ଗୁଣ୍ଡିଚା ମନ୍ଦିର ନିକଟସ୍ଥ ପେଟ୍ରୋଲ ପମ୍ପଠାରେ ବିଜୁ ଛାତ୍ର ଜନତା ଦଳର ସଭାପତି ମନୋଜ ବେହେରାଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଚୌଧୁରୀ ବିଜୟ ପଟ୍ଟନାୟକ, ବିରାଜ ବିଶ୍ୱାଳ, ଦିପ୍ତୀରଞ୍ଜନ ବାରିକ, ସ୍ମୃତି ରଞ୍ଜନ ଦାସ, ଜ୍ଞାନେନ୍ଦ୍ର ପାତ୍ର, ପ୍ରିୟମ୍ବଦା ସାମଲ, ରାଜେଶ ବିଶ୍ୱାଳ, ବିଦ୍ୟାସାଗର ପାଣିଗ୍ରାହୀ, ଗୌରୀ ମହାପାତ୍ର ଯୋଗ ଦେଇଥିଲେ । ଅନୁରୂପ ଭାବେ ସେକ୍ଟର-୨୦ ସ୍ଥିତ ପେଟ୍ରୋଲ ପମ୍ପ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଆଶାମଣି ଦାସ, ପ୍ରଫୁଲ୍ଲ ମହାଳିକ, ଜୟନ୍ତ ନାୟକ, ସୁଜାତା ନାୟକ, ବିକାଶ ଚୌଧୁରୀ, ଆକାଶ ଜେନା, ରାଜେଶ ମଲ୍ଲିକ, ନରେନ୍ଦ୍ର ଶତପଥୀ, ପ୍ରଦୀପ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ ।

Related Post