Sun. Mar 8th, 2026

ପୃଥିବୀ ଆଡ଼କୁ ମାଡ଼ି ଆସୁଛି ବିପଦ, ପୂର୍ବରୁ ଡାଇନୋସରଙ୍କୁ କରିଥିଲା ନିପାତ!

230 Views

ନୂଆଦିଲ୍ଲୀ : ଏପ୍ରିଲା ୨୯, ୨୦୨୦। ବିପଦର ବାର୍ତ୍ତା ନେଇ ପୃଥିବୀ ଆଡ଼କୁ ମାଡ଼ିଆସୁଛି ‘ଆଷ୍ଟ୍ରଏଡ୍‌’ ବା ‘ଗ୍ରହାଣୁ’ ବା ଉଲ୍‌କା ପିଣ୍ଡ। ଏହାର ଓସାର ୧.୧ରୁ ୨.୫ ମାଇଲ୍‌ ବୋଲି ଜଣାପଡ଼ିଛି। ଯଦି ଏପରି ହୁଏ ‘ଏହା ବିଶ୍ୱ ସ୍ତରରେ ବଡ଼ ପ୍ରଭାବ ପକାଇବ’। ଏଭଳି ସାଂଘାତିକ ତଥ୍ୟ ନାସା ପକ୍ଷରୁ ଦିଆଯାଇଛି।

ଏହା ନାଁ ଦିଆଯାଇଛି ୫୨୭୬୮ (୧୯୯୮ ଓଆର୨)। ୧୯୯୮ ମସିହାରେ ପ୍ରଥମ ଥର ପାଇଁ ଏହାକୁ ଠାବ କରାଯାଇଥିଲା। ଏହା ପୃଥିବୀର ପ୍ରାୟ ୩,୯୦୮,୭୯୧ ମାଇଲ ପାଖ ଦେଇ ଯିବ। ଏହି ସମୟରେ ଏହାର ବେଗ ଘଣ୍ଟା ପ୍ରତି ୧୯,୪୬୧ ମାଇଲ ବା ସେକେଣ୍ଡ ପ୍ରତି ୮.୭୧ କିମି ରହିବ।

ନାସା ସେଣ୍ଟର୍‌ର ନିଅର ଆର୍ଥ ଅବ୍ଜେକ୍ଟ ଷ୍ଟଡିଜ୍‌ ପକ୍ଷରୁ କୁହାଯାଉଛି, ବୁଧବାର ଏପ୍ରିଲ ୨୯ ତାରିଖ ସକାଳ ୪.୫୬ ବେଳକୁ ଅତିକ୍ରମ କରିବାର ଅଛି। ତେବେ ନାସାର ସାମ୍ଭାବ୍ୟ ବିପଦ ତାଲିକାରେ ଏହା ସ୍ଥାନ ପାଇନାହିଁ। ଏହି ତାଲିକାରେ ଆଗାମୀ ୧୦୦ ବର୍ଷ କଥା ଉଲ୍ଲେଖ ରହିଥିଲେ ମଧ୍ୟ ଏହି ନିର୍ଦ୍ଦିଷ୍ଟ ‘ଆଷ୍ଟ୍ରଏଡ୍‌’ ବା ଗ୍ରହାଣୁ ସ୍ଥାନ ପାଇନାହିଁ।


ତେବେ ଆଗାମୀ ୨ ମାସରେ ଆସିବାକୁ ଥିବା ଏହି ଆଷ୍ଟ୍ରଏଡ୍‌ ସର୍ବକାଳୀନ ବୃହତ୍‌ ଗ୍ରହାଣୁ ନୁହେଁ। ଏହା ପୂର୍ବରୁ ୨୦୧୭ ମସିହା ସେପ୍ଟେମ୍ବର ମାସ ୧ ତାରିଖରେ ପୃଥିବୀ ପାଖ ଦେଇ ଖସି ଯାଇଥିବା ୩୧୨୨ ଫ୍ଲୋରେନ୍ସ (୧୯୮୧ ଇଟି୩) ପାଖରେ ଏହି ରେକର୍ଡ ରହିଛି।

ଜ୍ୟୋତିର୍ବିଦ୍‌ଙ୍କ କହିବା ଅନୁଯାୟୀ, ଏହି ଗ୍ରହାଣୁ ୧୦୦ ବର୍ଷରେ ୫୦ ହଜାର ଆଷ୍ଟ୍ରଏଡ୍‌ରୁ ଗୋଟିଏ। ଅର୍ଥାତ ଏହା ପୃଥିବୀରେ ମାଡ଼ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ସେମାନେ କହିବା ଅନୁଯାୟୀ ଏଭଳି ବୃହତ ଗ୍ରହାଣୁ କମ୍‌ ଥର ମାଡ଼ ହେଲେ ମଧ୍ୟ ବଡ଼ କ୍ଷତି ଘଟାଇବ। ଏହା ଭୂକମ୍ପ, ସୁନାମି ଏବଂ ଅନ୍ୟ ପ୍ରାକୃତିକ ବିପର୍ଯ୍ୟୟର କାରଣ ପାଲଟିବ ବୋଲି ସେମାନେ କହିଛନ୍ତି। ତୁଳନାତ୍ମକ ଭାବେ ଦେଖିବାକୁ ଗଲେ ଡାଇନୋସରଙ୍କୁ ମୂଳପୋଛ କରିଥିବା ଗ୍ରହାଣୁର ଓସାର ୧୦ କିଲୋମିଟର ଥିଲା।

By amfnews

Related Post