Tue. Dec 24th, 2024

ପୂର୍ବ ଶତୃତା କୁ ନେଇ ହତ୍ୟାକାଣ୍ଡ ଅଭିଯୋଗ ଗିରଫ୍ ଦାବି ନେଇ ରାଜପଥ ଅବରୋଧ

217 Views

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଳା କାମାକ୍ଷାନଗର ଥାନା ଅନ୍ତର୍ଗତ କାଦୁଆ ପଞ୍ଚାୟତ ର ଗାଲୁ କାଟେଣୀ ରେ ଜୁନ ୨୯ ତାରିଖ ଶୁକ୍ରବାର ରାତି ୯.୩୦ ସମୟରେ ରେ ପ୍ରଧାନ ଶିକ୍ଷକ ଭରତ ଦେହୁରୀ ଙ୍କୁ ପୂର୍ବ ଶର୍ତୁତା କୁ କେନ୍ଦ୍ରକରି ବୁଲାସାହୁ ର ପୁଅ ଅପର୍ତ୍ତି ସାହୁ ଓ ନିରାକାର ସାହୁ ,କୁଳିଆ ସାହୁ ର ପୁଅ ବୁନା ସାହୁ , ଜଳିଆ ସାହୁ ର ପୁଅ ହିମାଂଶୁ ସାହୁ , ତ୍ରିପୁର ସାହୁ ର ପୁଅ ସରୋଜ ସାହୁ ମରଣାନ୍ତକ ଆକ୍ରମଣ କରିଥିଲେ  । ଗୁରୁତର ଅବସ୍ଥାରେ ଭରତଙ୍କୁ ପ୍ରଥମେ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତର୍ି କରାଯାଇଥିଲା ।

ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ କଟକ ସ୍ଥାନାନ୍ତରିତ କରିଥିଲେ । କଟକର ଏକ ଘରୋଇ ଡାକ୍ତରଖାନାରେ ଗତ ଶୁକ୍ରବାର ଠାରୁ ଚିକିତ୍ସିତ ହେଉଥିବା ଅବସ୍ଥାରେ ଗତକାଲି ରାତି ୧୧.୩୦ ମିନିଟରେ ତାଙ୍କର ମୃତ୍ୟୁ ଘଟିଥିଲା । ଏ ନେଇ ତାଙ୍କ ଶଳା  ପ୍ରଫୁଲ୍ଲ ନାଏକ ସୋମବାର କାମାକ୍ଷାନଗର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଶବ ବ୍ୟବଚ୍ଛେଦ ପରେ ଭରତଙ୍କ ମୃତ ଶରୀର କାମାକ୍ଷାନଗରରେ ଅପରାହ୍ନ ୫ ଟା ରେ ପହଞ୍ଚିବା ପରେ ଗ୍ରାମର ଶତାଧିକ ଆଦିବାସୀ ମହିଳା ଓ ପୁରୁୁଷ ଥାନା ସମ୍ମୁଖରେ ଶବକୁ ରଖି ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ ଦାବିରେ ରାସ୍ତା ଅବରୋଧ କରିଥିଲେ ।

କିଛି ସମୟ ପରେ କାମାକ୍ଷାନଗର ଥାନା ଅଧିକାରୀ ଜ୍ଞାନ ରଞନ ସାମଲ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି କୁ ଆୟତ କରିବା ସହ ଲୋକମାନଙ୍କୁ ବୁଝାସୁଝା କରିଥିଲେ । ଅଭିଯୁକ୍ତ ମାନଙ୍କୁ ତୁିରନ୍ତ ଗିରଫ କରିବାକୁ ଥାନା ଅଧିକାରୀ ପ୍ରତିଶୃତି ଦେବାପରେ ଗ୍ରାମବାସୀ ମାନେ ରାସ୍ତା ଅବରୋଧ ହଟାଇ ଶବ ସତ୍କାର କରିବାକୁ ଗ୍ରାମକୁ ନେଇଯାଇଥିଲେ । ଘଟଣାରୁ ପ୍ରକାଶ ଯେ ଗାଲୁ କାଟେଣୀ ଗ୍ରାମର ଭରତ ଦେହୁରୀ ପରଜଙ୍ଗ ବ୍ଳକ ପଥରଖୁମ୍ବ ପଞ୍ଚାୟତର ବାରଘରଣୀଆ ପ୍ରାଥମିକ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ରୁପେ କାର୍ଯ୍ୟ କରୁଥିଲେ । ପୂର୍ବରୁ ଭରତ ଦେହୁରୀ ଆମ୍ବପଳାଶ ପ୍ରାଥମିକ ବିଦ୍ୟାଳୟରେ ଥିବା ବେଳେ ନିଜଗ୍ରାମ ଗାଲୁ କାଟେଣୀ ର ଅପର୍ତ୍ତି ସାହୁ ନୁଆ କରି ସହକାରୀ ଶିକ୍ଷକ ରୁପେ ଅବସ୍ଥାପିତ ହୋଇଥିଲେ ।

ଭରତ ଦେହୁରୀ ଶବର ଜାତି ର ହୋଇଥିବାରୁ ଓ ଅପର୍ତ୍ତି ସାହୁ ଚଷା ଜାତିର ହୋଇଥିବାରୁ ଭରତ ଦେହୁରୀ ଙ୍କୁ ହିନ ଦୃଷ୍ଟିରେ ଦେଖିବା ସହ ନାନା ହଇରାଣ ହରକତ କରନ୍ତି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି । ଗତ ୨୯ ତାରିଖ ଶୁକ୍ରବାର କାମାକ୍ଷାନଗରରେ ନିଜ କାର୍ଯ୍ୟ ସାରି ରାତି ୯.୩୦ ମିନିଟ୍ ରେ କିଛି ବନ୍ଧୁଙ୍କ ସହ ଏକ ମୋଟର ସାଇକେଲ ଯୋଗେ ଘରକୁ ଫେରୁଥିଲେ । ପଛରେ ତାଙ୍କ ଶଳା ପ୍ରଫୁଲ୍ଲ ନାଏକ ମଧ୍ୟ ଆଉ ଏକ ମୋଟର ସାକେଲ ରେ ଘରକୁ ଫେରୁଥିଲେ । ଗ୍ରାମ ଆରମ୍ଭରେ ଜଳିଆ ସାହୁ ଓ କୁଳଆ ସାହୁ ଙ୍କ ଘର ସମ୍ମୁଖରେ ପ୍ରସ୍ତୁତ ହୋଇ ରହିଥିବା ଅପର୍ତ୍ତି ଏବଂ ତାର ସହଯୋଗି ମାନେ ଭରତ ଙ୍କ ମୋଟରସାଇକେଲ କୁ  ଅଟକାଇ ଠେଙ୍ଗା ଓ ଧଡା ସାହାଯ୍ୟରେ ଅତର୍କିତ ଆକ୍ରମଣ କରିଥିଲେ ।

ସଙ୍ଗ ରେ ଥିବା ବନ୍ଧୁ ତଥା ପଛରେ ଆସୁଥିବା ଶଳା  ପ୍ରତିବାଦ କରିବାରୁ ତାଙ୍କୁ ଜିବନରେ ମାରିଦେବାକୁ ଧମକ ଦେଇଥିଲେ । ଭରତ ଙ୍କୁ ଲହୁ ଲୁହାଣ କରି ସେଠାରୁ ସେମାନେ ଚାଲିଯିବା ପରେ ସାଙ୍ଗମାନେ ମୋଟର ସାଇକେଲ ଯୋଗେ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତ୍ତର୍ି କରାଇଥିଲେ । ଅବସ୍ତା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ କଟକ ସ୍ଥାନାନ୍ତରିତ କରିଥିଲେ  । ଭରତ ଙ୍କ  ମୃତ୍ୟୁପରେ  ସୋମବାର ତାଙ୍କ ଶଳା କାମାକ୍ଷାନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ । କାମାକ୍ଷନଗର ପୁଲିସ ଲିଖିତ ଏତଲାକୁ ଭିତ୍ତିି କରି କେଶ ନଂ ୧୨୦/୧୮ ଦଫା ୩୦୨ ,୩୪, ଏ.ସି ଆଣ୍ଡ ଏସ୍.ଟି  ଅ।।କ୍ଟ  ୩(୨)(ଭି) ରେ ମାମଲା ରୁଜୁ କରି  ଅଭିଯୁକ୍ତ ମାନଙ୍କୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।

Related Post