74 Views
ଭୋପାଳ : ଜମ୍ମୁ-କାଶ୍ମୀରରୁ ଧାରା ୩୭୦କୁ ହଟାଇବା ପରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ୍ ସିଂହ ଚୌହାନ୍ ଏହା କେନ୍ଦ୍ର ସରକାରଙ୍କର ଐତିହାସିକ ନିଷ୍ପତ୍ତି ବୋଲି କହିଛନ୍ତି। ସେ ଏହାକୁ ପଣ୍ଡିତ ଜବାହାରଲାଲ୍ ନେହେରୁଙ୍କ ସବୁଠାରୁ ବଡ଼ ଭୁଲ୍ ଦର୍ଶାଇବା ସହିତ କେନ୍ଦ୍ର ସରକାର ନେହେରୁ କରିଥିବା ଭୁଲ୍କୁ ସୁଧାରିବାକୁ ଯାଇ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ପୂର୍ବରୁ ନେତା ମାନୁଥିଲେ , ହେଲେ ଏବେ ତାଙ୍କର ପୂଜା କରୁଛନ୍ତି ବୋଲି କହିଛନ୍ତି।