73 Views
ନୂଆଦିଲ୍ଲୀ : ଆଗାମୀ ୧୬ ତାରିଖରେ ଦେଶବ୍ୟାପୀ ବିଜେପିର ପ୍ରତିଷ୍ଠାତା ସଦସ୍ୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଦେବାକୁ ବିଜେପି ପକ୍ଷରୁ ପ୍ରସ୍ତୁତି ପର୍ବ ଚାଲିଛି । ଏଥିପାଇଁ ଏକ ସପ୍ତାହ ପୂର୍ବରୁ ବିଜେପି ପ୍ରସ୍ତୁତ ହଉଥିବା ଜଣାଯାଇଛି । ସୂଚନାଯୋଗ୍ୟ ଯେ, ସ୍ୱର୍ଗତ ବାଜପେୟୀ ଗତ ବର୍ଷ ଅଗଷ୍ଟ ୧୬ତାରିଖରେ ପରଲୋକ ଗମନ କରିଥିଲେ ।
ରାଜ୍ୟ ଓ ଜିଲ୍ଲାସ୍ତରରେ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ବିଜେପି କର୍ମୀମାନଙ୍କୁ ଅବଗତ କରାଯାଇଛି । ଖାଲି ସେତିକି ନୁହେଁ , ଅଟଳ ବିହାରୀ ବାଜପେୟୀଙ୍କ ସ୍ମୁତିରେ କେତେକ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି।