Sun. Nov 24th, 2024

ପୁଷ୍କରରେ ପୂଜାର୍ଚ୍ଚନା ବେଳେ ନିଜକୁ କୌଲ ବ୍ରାହ୍ମଣ କହିଲେ ରାହୁଲ ଗାନ୍ଧି

By amfnews Nov 26, 2018 #Featured
158 Views

ରାଜସ୍ଥାନ, ନଭେମ୍ବର ୨୬: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି ରାଜସ୍ଥାନ ଗସ୍ତରେ ଯାଇଛନ୍ତି । ସେ ଆଜମେରରେ ଖ୍ୱାଜା ଗରୀବ ନବାଜରେ ନିଜ ଅଭିଯାନ ଆରମ୍ଭ କରିଥିଲେ । ଏହାପରେ ସେ ପୁଷ୍କରରେ ଥିବା ବ୍ରହ୍ମାଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । 

ଖାସ କଥା ହେଉଛି କି ପୂଜା ସମୟରେ ରାହୁଲ ନିଜ ଗୋତ୍ର ଉଲ୍ଲେଖ କରିଛନ୍ତି । ସେଠାରେ ସେ କୌଲ ବ୍ରାହ୍ମଣ ଏବଂ ଦତ୍ତାତ୍ରେୟ ଗୋତ୍ର ନାମରେ ପୂଜା କରିଛନ୍ତି । କୌଲ ହେଉଛନ୍ତି କାଶ୍ମୀରର ଏକ ବ୍ରାହ୍ମଣ ଜାତି ।

ଏଆଇସିସି ଅଧ୍ୟକ୍ଷ ରାହୁଲଙ୍କ ଗୋତ୍ରକୁ ନେଇ ସର୍ବଦା ବିଜେପି ସମାଲୋଚନା କରି ଆସୁଛି । ଦଳୀୟ ମୁଖପାତ୍ର ସମ୍ବିତ ପାତ୍ର ରାହୁଲଙ୍କ ଉପରେ ଗୋତ୍ର ନ କହିବା ଅଭିଯୋଗ ଲଗାଇଥିଲେ ।

ଆଜି ରାହୁଲ ପୋଖରାନ, ଜାଲୋର, ଜୋଧପୁରରେ କିଛି ଜନସଭାକୁ ସମ୍ବୋଧିତ କରିବେ । ଏ ବାବଦରେ ରାହୁଲ ନିଜେ ଟ୍ୱିଟ କରି ଜଣାଇଛନ୍ତି । ସୂଚନାଯୋଗ୍ୟ କି, ରାଜସ୍ଥାନ ବିଧାନସଭାର ୨୦୦ଟି ଆସନ ପାଇଁ ଡିସେମ୍ବର ୭ରେ ମତଦାନ ହେବ । ଯାହାର ଫଳାଫଳ ୧୧ ତାରିଖରେ ପ୍ରକାଶ ପାଇବ ।

By amfnews

Related Post