Sat. Mar 7th, 2026

ପୁଲିସ ମହାନିର୍ଦ୍ଦେଶକ ଦାୟିତ୍ବ ନେଲେ ସତ୍ୟଜିତ ମହାନ୍ତି

192 Views

କଟକ : ସତ୍ୟଜିତ ମହାନ୍ତି ଆଜି ବିଧିବଦ୍ଧ ଭାବେ ପୁଲିସ ମୁଖ୍ୟାଳୟକୁ ଆସି ପୁଲିସ ମହାନିର୍ଦ୍ଦେଶକ ଦାୟିତ୍ବ ଗ୍ରହଣ କରିଛନ୍ତି। ଗଲାକାଲି ରାତିରେ ଡିଜି ବିଜୟ କୁମାର ଶର୍ମାଙ୍କୁ ଦାୟିତ୍ବରୁ ହଟାଯିବା ପରେ ଅସ୍ଥାୟୀ ଡିଜି ଭାବେ ସେ ଦାୟିତ୍ବ ଗ୍ରହଣ କରିଥିଲେ। ଶ୍ରୀ ମହାନ୍ତି ଆଜି ପୂର୍ବାହ୍ନରେ ପୁଲିସ ମୁଖ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ୍‌ ଅନର‌୍‌ ପ୍ରଦାନ କରାଯାଇଥିଲା। ଏହି ଅବସରରେ ସମସ୍ତ ବରିଷ୍ଠ ଅଧିକାରୀ ଓ ଉପସ୍ଥିତ ପୁଲିସ କର୍ମଚାରୀଙ୍କ ସହିତ ସେ ଆଲୋଚନା କରିଥିଲେ। କେନ୍ଦ୍ରୀୟ ଡେପୁଟେସନ୍‌ରେ ଥିବା ୧୯୮୬ ବ୍ୟାଚ୍‌ର ବରିଷ୍ଠ ଆଇପିଏସ୍‌ ଅଫିସର ଅଭୟ ପୁଲିସ ଡିଜି ଭାବେ ଯୋଗଦେବା ପର୍ଯ୍ୟନ୍ତ ଶ୍ରୀ ମହାନ୍ତି ପୁଲିସ ଡିଜି ଦାୟିତ୍ବରେ ରହିବେ। ଆଜି କାର୍ଯ୍ୟରେ ଯୋଗ ଦେବା ଅବସରରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ସରକାର ତାଙ୍କ ଉପରେ ଯେଉଁ ଆସ୍ଥା ପ୍ରକଟ କରିଛନ୍ତି, ସେଥିପାଇଁ ସେ କୃତଜ୍ଞ। ନୂଆ ଡିଜି ଆସିବା ପର୍ଯ୍ୟନ୍ତ ଆଇନଶୃଙ୍ଖଳା କିଭଳି ଠିକ୍‌ ରହିବ, ସେ ବିଷୟରେ ସମସ୍ତ ଅଫିସରଙ୍କ ସହଯୋଗରେ କାର୍ଯ୍ୟ କରିବେ। ଏହି ଅବସରରେ ପୁଲିସ ମୁଖ୍ୟାଳୟରେ ମୁଖ୍ୟାଳୟ ଏଡିଜି ବିନୟତୋଷ ମିଶ୍ର, ଆଇନଶୃଙ୍ଖଳା ଏଡିଜି ଆର‌୍‌.ପି କୋଚେ, ପର୍ସୋନେଲ୍‌ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ପ୍ରୋଭିଜନି˚ ଆଇଜି ରେଖା ଲୋହାନି ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀ ମହାନ୍ତି ଆଜି ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଦାୟିତ୍ବ ମଧ୍ୟ ଗ୍ରହଣ କରିଛନ୍ତି।

By amfnews

Related Post