Wed. Mar 19th, 2025

ପୁଲିସ୍‌ ବାବୁଙ୍କ ଅନୈତିକ କାର୍ଯ୍ୟ : ଦୁଷ୍କର୍ମ ମାମଲାରେ ଏସ୍‌ଆଇ ଗିରଫ

By amfnews Aug 25, 2018 #Featured
178 Views

ଭାପୁର : ଜଣେ କର୍ତ୍ତବ୍ୟରତ ଏଏସ୍‌ଆଇ ନିଜ ନାବାଳିକା ଝିଆରିକୁ ୫ ମାସ ଅନ୍ତସତ୍ତ୍ୱା କରିବା ଘଟଣା ଖାକି ପୋଷାକରେ କଳାଦାଗ ଲଗାଇଛି। ଏହି ଘଟଣାରେ ସମ୍ପୃକ୍ତ ଏସ୍‌ଆଇଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି।

ପୁଲିସ୍‌ଠାରୁ ମିଳିଥିବା ସୂଚନାରୁ ଜଣାପଡ଼ିଛି, ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅନ୍ତର୍ଗତ ବନମାଳିପୁର ପଞ୍ଚାୟତ ପୁରୁଷୋତ୍ତମପୁର ଗ୍ରାମର ବିଶ୍ୱନାଥ ମଲ୍ଲିକ ନୟାଗଡ଼ ଜିଲ୍ଲା ବାଣିଗୋଚ୍ଛା ଥାନାରେ ଏଏସ୍‌ଆଇ ଭାବେ କାଯ୍ୟର୍ କରିଥାନ୍ତି।

ବିଶ୍ୱନାଥ ହେଉଛନ୍ତି ୩ ଭାଇଙ୍କ ମଧ୍ୟରୁ ଜଣେ। ତାଙ୍କର ବଡ଼ ଭାଇ ଏବଂ ଭାଉଜ କିଛି ମାତ୍ରାରେ ମାନସିକ ଭିନ୍ନକ୍ଷମ। ଭାଇ ଏବଂ ଭାଉଜଙ୍କ ଏଭଳି ଅବସ୍ଥା ଦେଖି ସାନ ଭାଇ ଯିଏକି ପୁଲିସ୍‌ ବାବୁ ବିଶ୍ୱନାଥ, ନାବାଳିକା ଝିଆରୀ (ଛଦ୍ମନାମ-ମୋନାଲିସା, ବୟସ-୧୬) ସହ ବହୁବାର ଦୈହିକ ସମ୍ପର୍କ ରଖିଥିବା ବେଳେ, ଘଟଣା ସମ୍ପର୍କରେ ବାହାରେ ନଜଣାଇବାକୁ ଧମକ୍‌ ଦେଇ ଭୟଭୀତ କରି ରଖିଥିଲେ। ଏବେ ୫ ମାସର ଗର୍ଭବତୀ ହେବା ପରେ ମୋନାଲିସା ବାଧ୍ୟ ହୋଇ ତା’ର ବଡ଼ବାପାଙ୍କୁ ସମସ୍ତ କଥା ଜଣାଇଥିଲା। ମୋନାଲିସା ଘଟଣା ସମ୍ପର୍କରେ ରାଜ୍ୟ ମହିଳା କମିସନର୍‌ଙ୍କ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ରାଜ୍ୟ ମହିଳା କମିସନର୍‌ ବିହିତ କାଯ୍ୟର୍ନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୋଗ ପାଇଲା ପରେ ଫତେଗଡ଼ ଥାନାରେ ମାମଲା ରୁଜୁ ହୋଇଛି। ଗତକାଲି ଘଟଣାର ତଦନ୍ତକାରୀ ଅଫିସର୍‌, ଫତେଗଡ ଥାନା ଅଧିକାରୀ ଆଶୁତୋଷ ମିଶ୍ର ଏବଂ ସଦଳବଳ ବାଣିଗୋଛା ଥାନାରେ ପହଞ୍ଚି ଥାନା ମଧ୍ୟରୁ ଅଭିଯୁକ୍ତ ପୁଲିସ୍‌ ଏଏସ୍‌ଆଇ ବିଶ୍ୱନାଥ ମଲ୍ଲିକ୍‌ଙ୍କୁ ଗିରଫ କରିଛି।

By amfnews

Related Post