Wed. Mar 11th, 2026

ପୁଲିସ୍‌ ବାବୁଙ୍କୁ ଦିଆଗଲା ବାଧ୍ୟତାମୂଳକ ଅବସର; ଆହୁରି ୪ ବର୍ଷ ଚାକିରି ଥିଲା

269 Views

ଖୋର୍ଦ୍ଧା  : ଖୋର୍ଦ୍ଧା ଏସ୍‌ପିଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ଜଣେ ସବ୍ଇନ୍ସପେକ୍ଟରଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ତାଙ୍କ ନାଁ ବନମାଳି ନାୟକ। ତାଙ୍କର ଆହୁରି ୪ ବର୍ଷ ଚାକିରି ବାକି ଥିଲା। ଏ ନେଇ ଖୋର୍ଦ୍ଧା ଏସ୍‌ପି କହିଛନ୍ତି, ପୁଲିସ୍‌ ବିଭାଗରେ କାର୍ଯ୍ୟ କରିବା ପାଇଁ ସେ ବିଶ୍ୱାସନୀୟତା ହରାଇ ସାରିଥିଲେ। ତେଣୁ ତାଙ୍କୁ ବାଧ୍ୟତାମୂଳକ ଅବସର  ଦିଆଯାଇଛି। ବିଭାଗୀୟ ରିଭ୍ୟୁ ପରେ ଏହି ନିଷ୍ପତ୍ତି ନିଆଯାଇଛି।

 

ଦୁର୍ନୀତିଖୋର୍ ଅଧିକାରୀଙ୍କୁ ସାବାଡ଼ କରିବାକୁ ଆଗକୁ ମଧ୍ୟ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ପି କହିଛନ୍ତି। ସୂଚନାଯୋଗ୍ୟ, ବନମାଳିଙ୍କ ନାଁରେ ୨ଟି ଭିଜିଲାନ୍ସ ମାମଲା ରହିଛି। ସେ ପୁରୀ ଓ ଖୋର୍ଦ୍ଧାରେ ସବ୍ଇନ୍ସପେକ୍ଟର ଭାବେ କାର୍ଯ୍ୟ କରୁଥିବା ବେଳେ ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିଲେ।

By amfnews

Related Post