Sat. Mar 7th, 2026

ପୁରୁଷୋତ୍ତମ ଏକ୍ସ୍‍ପ୍ରେସ୍‌ରୁ ଶିକୁଳିରେ ବନ୍ଧା ହୋଇଥିବା ବାଳକକୁ ଉଦ୍ଧାର କଲେ ଆର୍‌ପିଏଫ୍‌

285 Views

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଏବଂ ପୁରୀ ମଧ୍ୟରେ ଚଳାଚଳ କରୁଥିବା ପୁରୁଷୋତ୍ତମ ଏକ୍ସପ୍ରେସ୍‌ରୁ ଶିକୁଳିରେ ବେକ ବନ୍ଧା ହୋଇ ତାଲା ପଡ଼ିଥିବା ଜଣେ କିଶୋରକୁ ନିକଟରେ ରେଳବାଇ ପୁଲିସ ଫୋର୍ସ ଉଦ୍ଧାର କରିଛି।

ବାଳକଟିକୁ ଏ ଭଳି ଦଶାରେ ଜଣେ ଯାତ୍ରୀ ଦେଖି ତା’ର ଫଟୋ ସହ ଜଣେ ବନ୍ଧୁଙ୍କୁ ମେସେଜ୍‌ ପଠାଇଥିଲେ। ବନ୍ଧୁଜଣକ ଏ ବିଷୟ ଟୁଇଟ୍‌ କରି ରେଳବାଇ ମନ୍ତ୍ରୀ ପୀୟୂଷ ଗୋଏଲ୍‌ଙ୍କୁ ସୂଚନା ଦେଇଥିଲେ। ଏହା ପରେ ରେଳବାଇ କର୍ତ୍ତୃପକ୍ଷ ତୁରନ୍ତ କାମରେ ଲାଗି ପଡ଼ିଥିଲେ ଏବଂ ଟାଟାନଗର ଷ୍ଟେସନ୍‌କୁ ଆର୍‌ପିଏଫ୍‌ର ଏକ ଦଳ ପଠାଯାଇଥିଲା। ଟ୍ରେନ୍‌ ଷ୍ଟେସନ୍‌ରେ ପହଞ୍ଚିବା ପରେ, ଆର୍‌ପିଏଫ୍‌ କର୍ମଚାରୀମାନେ କୋଚ୍‌ ନମ୍ବର ଏସ୍‌ ୮ରେ ପ୍ରବେଶ କରି ବାଳକଟିକୁ ଉଦ୍ଧାର କରିଥିଲେ।ଚଳନ୍ତା ଟ୍ରେନ୍‌ରେ ବାଳକଟି କାହିଁକି ଓ କେମିତି ଶିକୁଳିରେ ବନ୍ଧା ହୋଇଥିଲା ତାହା ଜଣାପଡ଼ି ନାହିଁ।

ରେଳବାଇ ଅଧିକାରୀମାନେ କହିଛନ୍ତି ଯେ ବାଳକଟି ଭୟଭୀତ ଅବସ୍ଥାରେ ଥିବାରୁ ପଚରାପଚରି କଲେ କିଛି ଜବାବ ଦେଉନାହିଁ। ସେ ଯାହାହେଉ, ଏଇଟା ଅପହରଣ କିଂବା ମାନବ ଚାଲାଣ ମାମଲା ବୋଲି ସନ୍ଦେହ କରାଯାଉଛି।

By amfnews

Related Post