Fri. Mar 6th, 2026

ପୁରୀ ସ୍ୱର୍ଗଦ୍ୱାରା ଠାରେ ଆଜି ଅପରାହ୍‌ଣରେ ହେବ ଅମୀୟ ପଟ୍ଟନାୟକଙ୍କ ଅନ୍ତିମ ସଂସ୍କାର,ଆଇଆରସି ଭିଲେଜସ୍ଥିତ ବାସଭବନରେ ଶେଷ ଦର୍ଶନ ପାଇଁ ଭିଡ଼

289 Views

ଭୁବନେଶ୍ୱର: ଓଡ଼ିଆ ସିନେଜଗତର ଲୋକପ୍ରିୟ ପ୍ରଯୋଜକ-ନିର୍ଦ୍ଦେଶକ ଅମୀୟ ପଟ୍ଟନାୟକଙ୍କର ମରଶରୀର ଗତକାଲି ବିଳମ୍ବିତ ରାତିରେ ନୂଆଦିଲ୍ଲୀରୁ ଏୟାର ଆମ୍ବୁଲାନ୍ସ ଯୋଗ ଆସି ଭୁବନେଶ୍ୱର ଠାରେ ପହଞ୍ଚିଛି। ଆଜି ଦିନ ୧ଘଣ୍ଟା ଯାଏ ତାଙ୍କ ମରଶରୀରକୁ ଆଇଆରସି ଭିଲେଜସ୍ଥିତ ଏନ-୨/୨୯ ବାସଭବନରେ ରଖାଯିବ। ସେଠାରେ ଓଡ଼ିଆ ସିନେଜଗତ ସହିତ ସମ୍ପୃକ୍ତ କଳାକାର, ପ୍ରଜୋଜକ, ନିର୍ଦ୍ଦେଶକ , ବୁଦ୍ଧିଜୀବୀ ଓ ଶ୍ରୀ ପଟ୍ଟନାୟକଙ୍କୁ ଭଲପାଉଥିବା ଲୋକେ ଶେଷ ଦର୍ଶନ କରିବେ। ଦିନ ଗୋଟାଏ ପରେ ମରଶରୀରକୁ ଅନ୍ତମ ସଂସ୍କାର ପାଇଁ ପୁରୀ ସ୍ୱର୍ଗଦ୍ୱାରକୁ ନିଆଯିବାର କାର୍ଯ୍ୟକ୍ରମ କରିଛି।


ସୂଚନାଯୋଗ୍ୟ ଯେ ନୂଆଦିଲ୍ଲୀର ମେଦାନ୍ତ ହସ୍ପିଟାଲରେ ଗତକାଲି ସକାଳ ୮ଟା ସମୟରେ ଶ୍ରୀ ପଟ୍ଟନାୟକଙ୍କର ପରଲୋକ ଘଟିଥିଲା। ସେ ପାନକ୍ରିୟାସ୍‌ ସଂକ୍ରମଣରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ। ତାଙ୍କର ମୃତ୍ୟୁ ଶଯ୍ୟା ନିକଟରେ ପରିବାର ବର୍ଗଙ୍କ ସମେତ ବଡ଼ଭାଇ ତଥା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ ଉପସ୍ଥିତ ଥିଲେ।

ଅମୀୟ ପଟ୍ଟନାୟକ ଅଶୀ ଦଶକରେ ସିନେଶିଳ୍ପରେ ପାଦ ଦେଇ ପ୍ରଥମ ପ୍ରୟାସରେ ଲୋକପ୍ରିୟତା ହାସଲ କରିଥିଲେ । ସେ ୧୯୮୫ ମସିହାରେ ପ୍ରଥମେ ନିର୍ମାଣ କରିଥିଲେ ‘ହାକିମ ବାବୁ’। ଏହାର ନିର୍ଦ୍ଦେଶନା ଦେଇଥିଲେ ଜଣାଶୁଣା ନିର୍ଦ୍ଦେଶକ ପ୍ରଣବ ଦାସ। ଏଥିରେ ଅଜିତ ଦାସ, ଜୟା ,ଡଲି ଜେନା ,ହେମନ୍ତ ଦାସ, ସାମୁଏଲ ସାହୁ,ପ୍ରସନ୍ନ ମିଶ୍ର ,ଦୁଃଖୀରାମ ସ୍ୱାଇଁ , ଜୟୀ ଏବଂ ଅସିତ ପତି ପ୍ରମୁଖ ଅଭିନୟ କରିଥିଲେ। ଏହାକୁ ରାଜ୍ୟ ଏବଂ ରାଷ୍ଟ୍ରୀୟ ପୁରସ୍କାର ବି ମିଳିଥିଲା। ଏହାପରେ ସେ ପ୍ରଯୋଜନା ସହ ନିର୍ଦ୍ଦେଶନା କ୍ଷେତ୍ରକୁ ଓହ୍ଲାଇ ‘ମମତା ମାଗେ ମୂଲ’ସିନେମା ନିର୍ମାଣ କରିଥିଲେ। ୧୯୮୫ରେ ରିଲିଜ୍‌ ହୋଇଥିବା ଏହି ସିନେମା ସୁପରହିଟ୍‌ ହୋଇଥିଲା।

ତା’ପରେ ରାଜୁ ମିଶ୍ରଙ୍କ ନିର୍ଦ୍ଦେଶନାରେ ଅମୀୟ ପଟ୍ଟନାୟକ ‘ପୁଅ ମୋର କଳାଠାକୁର’, ‘ଚକା ଆଖି ସବୁ ଦେଖୁଛି’ ଏବଂ ‘ଆସୁଚି ମୋ କାଳିଆ ସୁନା’ ଭଳି ସିନେମାର ପ୍ରଯୋଜନା କରିଥିଲେ।

ଏହା ପରେ ହର ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ‘ଚକାଡୋଳା କରୁଚି ଲୀଳା’ ଏବଂ ‘ପରଦେଶୀ ବାବୁ’ ସିନେମା ନିର୍ମାଣ କରିଥିଲେ।

By amfnews

Related Post