Sun. Mar 8th, 2026

ପୁରୀ, ଭୁବନେଶ୍ବର ପରେ କୋଣାର୍କ ଉପରେ ଗୁରୁତ୍ବ ଦେଉଛନ୍ତି ଓଡ଼ିଶା ସରକାର, ଅଚାନକ କୋଣାର୍କ ଗସ୍ତରେ ୫ଟି ସଚିବ

239 Views

କୋଣାର୍କ: ରାଜ୍ୟ ସରକାର ଏବେ ପର୍ଯ୍ୟଟନସ୍ଥଳୀ ଉପରେ ଯଥେଷ୍ଟ ଗୁରୁତ୍ବ ଦେଉଛନ୍ତି। ପ୍ରଥମେ ପୁରୀର ଶ୍ରୀଜଗନ୍ନାଥ ମନ୍ଦିର, ତାପରେ ଭୁବନେଶ୍ବରର ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣ ଉପରେ ଗୁରୁତ୍ବ ଦିଆଯାଇ ପଦକ୍ଷେପ ଗ୍ରହଣ କରାଗଲା। ଏବେ ଓଡ଼ିଶାର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନସ୍ଥଳୀ କୋଣାର୍କ ଉପରେ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର। ଏଥିଲାଗି ଆଜି ସକାଳେ ୫ଟି ସଚିବ ଭି.କେ. ପାଣ୍ଡିଆନ୍ ଅଚାନକ କୋଣାର୍କ ଗସ୍ତରେ ଯାଇଥିଲେ।

ଆଜି ଭୋର ପ୍ରାୟ ୫ଟାବେଳେ ୫ଟି ସଚିବ ଭି.କେ. ପାଣ୍ଡିଆନ୍ କୋଣାର୍କର ସୂର୍ଯ୍ୟ ମନ୍ଦିରରେ ପହଞ୍ଚି ମନ୍ଦିର ବୁଲିବା ସହ ବାହାର ବେଢା ପରିଦର୍ଶନ କରିଥିଲେ । ପରେ ଆଇଓସିଏଲର ବ୍ୟାଖ୍ୟାନ କେନ୍ଦ୍ର ,ହସ୍ତଶିଳ୍ପ ବଜାର ଓ ଅନ୍ୟାନ୍ୟ ସ୍ଥାନ ବୁଲି ଦେଖିଥିଲେ । ଏହାଛଡ଼ା କୋଣାର୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ପ୍ରସ୍ତୁତ ନକ୍ସା ବି ଦେଖିଥିଲେ । ଏଥିରେ ୫ଟି ସଚିବଙ୍କ ସହ ପୁରୀ ଜିଲ୍ଲାପାଳଙ୍କ ସମେତ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ । କୋଣାର୍କ ବୁଲି ସାରିବା ପରେ ଚନ୍ଦ୍ରଭାଗା ଦେଖି ପୁରୀ ଯାଇଥିଲେ । ୫ଟି ସଚିବଙ୍କ ଗସ୍ତ ପରେ କୋଣାର୍କରେ ଖୁବ୍ ଶୀଘ୍ର ସୌନ୍ଦର୍ଯ୍ୟକରଣ କାମ ଆରମ୍ଭ ହେବ ବୋଲି କୁହାଯାଉଛି ।

ମୁଖ୍ୟମନ୍ତ୍ରୀଙ୍କ ୫ ‘ଟି’ ମନ୍ତ୍ରକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଗାନ୍ଧୀ ଜୟନ୍ତୀରୁ ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ପ୍ରଶାସନକୁ  ଅଧିକ ଉତ୍ତରଦାୟୀ ଓ ଲୋକାଭିମୁଖୀ କରିବା ପାଇଁ ଏହି ଉଦ୍ୟମ ଆରମ୍ଭ ହୋଇଛି । ଏହାକୁ ନେଇ ୫ଟି ସଚିବ ଭି.କେ. ପାଣ୍ଡିଆନ୍ ବେଶ୍ ତତ୍ପର ଥିବା ଦେଖିବାକୁ ମିଳିଛି।

By amfnews

Related Post