Mon. Feb 3rd, 2025

ପୁରୀ ନୂଆ ମେଡିକାଲ କଲେଜ ଓ ହସ୍ପିଟାଲ୍‌: ଜୟୀ ରାଜଗୁରୁଙ୍କ ନାମରେ ନାମିତ କରିବାକୁ ଦାବି

By amfnews Feb 28, 2020 #Featured
206 Views

ଭୁବନେଶ୍ବର : ପୁରୀରେ ଦୀର୍ଘ ବର୍ଷ ପରେ ଏକ ନୂଆ ମେଡିକାଲ କଲେଜ ଓ ହସ୍ପିଟାଲ ସ୍ଥାପନ ପୁରୀବାସୀଙ୍କ ପାଇଁ ବେଶ ସହାୟକ ହେବାକୁ ଯାଉଥିବା ବେଳେ ଏହାକୁ ସହିଦ ଜୟକୃଷ୍ଣ ମହାପାତ୍ର ରାଜଗୁରୁ ତଥା ଜୟୀ ରାଜଗୁରୁଙ୍କ ନାମରେ ନାମିତ କରିବାକୁ ଦାବି ‌ହୋଇଛି। ଏନେଇ ସହିଦ ଜୟୀ ରାଜଗୁରୁ ଫାଉଣ୍ଡେସନ୍‌(‌ଏସଜେଆରଏଫ) ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଦିଆଯାଇଛି।ଫାଉଣ୍ଡେସନ୍‌ର ମ୍ୟାନେଜିଂ ଟ୍ରଷ୍ଟି ଶ୍ରୀଦେବ ନନ୍ଦ କହିଛନ୍ତି, ପୁରୀରେ ମେଡିକାଲ କଲେଜ ଓ ହସ୍ପିଟାଲ ସ୍ଥାପନ ଅଭିନନ୍ଦନୀୟ। ତେବେ ଓଡ଼ିଶାରେ ହୋଇଥିବା ପ୍ରଥମ ସ୍ବାଧୀନତା ସଂଗ୍ରାମର ସାରଥୀ ଜୟୀ ରାଜଗୁରୁଙ୍କ ନାମରେ ଏହା କରାଯିବା ଉଚିତ। ଜୟୀ ରାଜଗୁରୁଙ୍କ ବଳିଦାନ ଓ ସାହସର ପ୍ରତୀକ। ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମରେ ସହିଦ ଏହି ଦେଶଭକ୍ତଙ୍କ ନାମରେ ଏହା କରାଗଲେ ଏହା ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ।

ପାଇକ ବିଦ୍ରୋହର ସେ ଆଦିକର୍ଣ୍ଣ ଭାବେ ବିବେଚିତ। ୧୮୦୪ରେ ତାଙ୍କ ବୀରତ୍ବ ବ୍ରିଟିସ ଇଷ୍ଟ ଇଣ୍ଡିଆ କମ୍ପାନିକୁ ଥରହର କରି ଦେଇଥିଲା। ଏହି ମହାଯୋଦ୍ଧାଙ୍କର ଜନ୍ମ ପୁରୀ ଜିଲ୍ଲାର ଉପକଣ୍ଠ ବୀରହରେକୃଷ୍ଣପୁର ଅଞ୍ଚଳରେ ହୋଇଥିଲା। ତେଣୁ ପୁରୀରେ ସ୍ଥାପିତ ଏହି ମେଡିକାଲ କଲେଜର ନାମ ତାଙ୍କ ନାମରେ ନାମକରଣର ଯଥାର୍ଥତା ରହିଛି। ତୁରନ୍ତ ତାଙ୍କ ନାମରେ ଏହି ମେଡିକାଲ କଲେଜର ଉଦଘାଟନ ହେବା ଦ୍ବାରା ଏହା କେବଳ ତାଙ୍କ ପାଇଁ ସଶ୍ରଦ୍ଧ ଶ୍ରଦ୍ଧାଞ୍ଜଳି ହେବ ନାହିଁ ବରଂ ପୁରୀବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ହେବ ବୋଲି ସେ କହିଛନ୍ତି।

By amfnews

Related Post