Sun. Mar 8th, 2026

ପୁରୀ ଟ୍ରିପଲ୍ ମର୍ଡର ଘଟଣା: ମାଷ୍ଟରମାଇଣ୍ଡ ସମେତ ୬ ଗିରଫ

189 Views

ଭୁବନେଶ୍ୱର : ପୁରୀ ପଟ୍ଟନାୟକିଆ ଛକରେ ଟ୍ରିପଲ୍ ମର୍ଡର ମାମଲାରେ ମାଷ୍ଟର ମାଇଣ୍ଡ ସମେତ ୬ ଜଣଙ୍କୁ ପୁଲିସ୍‌ ଗିରଫ କରିଛି। ଏନେଇ ବିଧିବଦ୍ଧ ଭାବେ ସୂଚନା ଦେଇଛନ୍ତି ଡିଜିପି ଆରପି ଶର୍ମା।

ସୂଚନାଯୋଗ୍ୟ, ରବିବାର ସନ୍ଧ୍ୟାରେ ପଟ୍ଟନାୟକିଆ ଛକ ନିକଟରେ ବିଚ୍ ରାସ୍ତାରେ ତିନି ଜଣ ଯୁବକଙ୍କୁ ଗୋଡାଇ ଗୋଡ଼ାଇ ହତ୍ୟା କରାଯାଇଥିଲା। ମୃତକମାନେ ହେଲେ ସ୍ଥାନୀୟ ସଦାନନ୍ଦପୁରର ଗୋଟିଏ ପରିବାରର କୃଷ୍ଣ ବେହେରା, ପଞ୍ଚୁ ବେହେରା ଓ ପୂର୍ଣ୍ଣ ବେହେରା। ଏହି ତିନିଜଣ କୌଣସି କାର୍ଯ୍ୟରେ ପଟ୍ଟନାୟିକିଆ ଛକକୁ  ଆସିଥିଲେ। ଏହି ସମୟରେ ଗୋଟିଏ ଦୋକାନରେ ଛପି ରହିଥିବା ଦୁର୍ବୃତ୍ତମାନେ ସେମାନଙ୍କ ଉପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ ଓ ଏହା ଅତ୍ୟନ୍ତ ଭୟଙ୍କର ଥିଲା। ଘଟଣାସ୍ଥଳରେ ହିଁ କୃଷ୍ଣ, ପଞ୍ଚୁ ଓ ପୂର୍ଣ୍ଣଙ୍କର ମୃତ୍ୟୁ ଘଟିଥିଲା। ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

ଅପରପକ୍ଷେ ଏହି ମାମଲାକୁ ନେଇ ପୁରୀରୁ ବିଧାନସଭା ଯାଏ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଥିଲା। ପୁଲିସର କାର୍ଯ୍ୟଧାରାକୁ ନେଇ ବିଭିନ୍ନ ମହଲରୁ ପ୍ରଶ୍ନ ଉଠାଯାଇଥିଲା। ଏହାସହ ସରକାରଙ୍କୁ ଏନେଇ ବିଧାନସଭାରେ ଘେରିଥିଲେ ବିରୋଧୀ। ଗତକାଲି ବିଧାସଭାରେ ଏହି ପ୍ରସଙ୍ଗକୁନେଇ ପ୍ରବଳ ହଟ୍ଟଗୋଳ ମଧ୍ୟ ହୋଇଥିଲା।

By amfnews

Related Post