Sun. Mar 8th, 2026

ପୁରୀ ଉଚ୍ଛେଦ କାର୍ଯ୍ୟ ଆଇନ ଅନୁସାରେ କରିବାକୁ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ

236 Views

ପୁରୀ  : ଶ୍ରୀମନ୍ଦିର ସଂସ୍କାର ମାମଲାରେ ଆଜି ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ୭୫ ମିଟର ପରିଧିରେ ଉଚ୍ଛେଦ ପ୍ରସଙ୍ଗରେ ସମସ୍ତ କାମ ଆଇନ ଅନୁସାରେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜଷ୍ଟିସ ଅରୁଣ ମିଶ୍ର।

ସେ କହିଛନ୍ତି ଯେ, ଉଦ୍ଦେଶ୍ୟ ଯେତେ ମହତ ଥିଲେ ମଧ୍ୟ ସବୁ କିଛି ଆଇନ ଅନୁସାରେ କରାଯାଉ। ଏହା ସହିତ ଜମି ଅଧିଗ୍ରହଣ ପୂର୍ବରୁ ସମସ୍ତଙ୍କ ଆପତ୍ତି ଅଭିଯୋଗ ଶୁଣିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଆଜିର ଶୁଣାଣି ବେଳେ ପୁରୀ ଓ ଶ୍ରୀମନ୍ଦିର ଚତୁଃପାର୍ଶ୍ୱର ବିକାଶ ସଂପର୍କିତ ରିପୋର୍ଟ ପ୍ରଦାନ କରିବାକୁ ୨ ସପ୍ତାହ ସମୟ ମାଗିଥିଲେ ଆମିକସ୍ କ୍ୟୁରି ରଂଜିତ କୁମାର। ସୁପ୍ରିମକୋର୍ଟ ତାଙ୍କ ଆବେଦନକୁ ଗ୍ରହଣ କରି ତାଙ୍କୁ ଦୁଇ ସପ୍ତାହ ସମୟ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଅକ୍ଟୋବର ୩ ତାରିଖରେ ହେବ।

By amfnews

Related Post