Tue. Dec 24th, 2024

ପୁରୀରେ ବନ୍ଦ ପାଳନ ବେଳେ ଗଣ୍ଡଗୋଳ ଘଟଣାରେ ଅାଜି ସୁପ୍ରିମକୋର୍ଟରେ ଶୁଣାଣି

By amfnews Oct 31, 2018 #Featured
278 Views

ଭୁବନେଶ୍ୱର, ଅକ୍ଟୋବର ୩୧: ଧାଡ଼ି ଦର୍ଶନକୁ ନେଇ ପୁରୀରେ ବନ୍ଦ ପାଳନ ବେଳେ ଗଣ୍ଡଗୋଳ ଘଟଣାରେ ଅାଜି ସୁପ୍ରିମକୋର୍ଟରେ ଶୁଣାଣି ହେବ। ବନ୍ଦ ପାଳନ ବେଳେ ଗଣ୍ଡଗୋଳ ହେବାରୁ ଏହାକୁ ନିୟନ୍ତ୍ରଣ କରିବାକୁ ପୁଲିସ ଜୋତା ପିନ୍ଧି ଓ ବନ୍ଧୁକ ଧରି ଶ୍ରୀମନ୍ଦିରରେ ପ୍ରବେଶ କରିଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ସୁପ୍ରିମକୋର୍ଟ ଯାଇଥିଲେ ଅାଇନଜୀବୀ ଦେବାଶିଷ ମିଶ୍ର।

ଗତ ୧୦ ତାରିଖରେ ଏହାର ଜରୁରୀକାଳୀନ ଶୁଣାଣି କରି ସୁପ୍ରିମକୋର୍ଟ ରାଜ୍ୟ ସରକାର ଓ ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ଜବାବ ମାଗିଥିଲେ। ଅାମିକସ୍ କ୍ୟୁରି ବି ଚାହିଁଲେ ଜବାବ ରଖିପାରିବେ ବୋଲି ମଧ୍ୟ କହିଥିଲେ ସୁପ୍ରିମକୋର୍ଟ । ଗଣ୍ଡଗୋଳ ଉପରେ ପଚାରିଥିଲେ ଅନେକ ପ୍ରଶ୍ନ । ଅାଜି ସେସବୁର ଶୁଣାଣି ଅଛି।

By amfnews

Related Post