Sat. Mar 7th, 2026

ପୁରୀରେ ପୁଣି ଉଚ୍ଛେଦ ଆରମ୍ଭ; ଏଥର ମହୋଦଧି ମାର୍କେଟ୍ କମ୍ପ୍ଲେକ୍ସ ପାଳି

142 Views

ପୁରୀ : ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁଣି ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକ୍ରିୟା। ମୋଚିସାହିରେ ଥିବା ମହୋଦଧି ମାର୍କେଟ୍ କମ୍ପ୍ଲେକ୍ସକୁ ପୂର୍ବରୁ ଜିଲ୍ଲା ପ୍ରଶାସନ ବିପଦସଙ୍କୁଳ ଘୋଷଣା କରିଥିବା ବେଳେ ଆଜି ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିଛି। ମହୋଦଧି ମାର୍କେଟ କମ୍ପ୍ଲେକ୍ସରେ ୫୮ଟି ଦୋକାନ ରହିଛି। ଏଥିସହ କୋଅପରେଟିଭ୍‌ ସଂସ୍ଥାର ଶାଖା ବି ରହିଛି। ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ଏଠାରେ ୧ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ ହୋଇଛନ୍ତି । ଉଚ୍ଛେଦ ପରେ  ଏଠାରେ ବହୁତଳ ବିଶିଷ୍ଟ ମାର୍କେଟ୍ କମ୍ପ୍ଲେକ୍ସ ନିର୍ମାଣ କରାଯିବାର ଯୋଜନା ରହିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ଜଣାପଡ଼ିଛି।

By amfnews

Related Post