147 Views
ଭୁବନେଶ୍ୱର, ଫେବୃଆରୀ 15 : ପୁଣି ପାଗରେ ପରିବର୍ତ୍ତନ ହେବ । ଆଗକୁ ରାଜ୍ୟରେ ବଢିବ ତାପମାତ୍ରା । ତେବେ ଆସନ୍ତାକାଲି ସରସ୍ୱତୀ ପୂଜାରୁ 2 ଦିନ ଓଡିଶାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଛି । 18 ତାରିଖ ପରେ ତାପମାତ୍ରା ବଢିବ । ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ରାଜ୍ୟରେ ଶୀତ ଧିରେ ଧିରେ କମୁଛି । ରାଜ୍ୟରେ ତାପମାତ୍ରା ବଢିବ । ତେବେ ଆସନ୍ତାକାଲି ସମ୍ବଲପୁର, ନୂଆପଡା, ବରଗଡ, ସୁନ୍ଦରଗଡ, ଝାରସୁଗୁଡା, ଦେବଗଡରେ ହାଲୁକା ବର୍ଷା ହେବ । ଗୁରୁବାର ଦିନ ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶା ସହ ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ବାଲେଶ୍ୱର ଓ ଭଦ୍ରକରେ ବର୍ଷା ହେବ ।