Mon. Jan 13th, 2025

ପୁଣି ଥରେ ଉଚ୍ଚତମ ନ୍ୟାୟାଳୟରେ ପହଂଚିଲା ସବରୀମାଳା ବିବାଦ, କାଲି ହେବ ପୁର୍ନବିଚାର

By amfnews Oct 22, 2018 #Featured
254 Views

ନୂଆଦିଲ୍ଲୀ, ଅକ୍ଟୋବର ୨୨:ସବରୀମାଳା ମନ୍ଦିରକୁ ନେଇ ଐତିହାସିକ ନିଷ୍ପତି ନିଆଯିବା ପରେ ପୁଣି ଥରେ ଏହାର ବିରୋଦ୍ଧ କରାଯାଉଛି । ମନ୍ଦିରରେ ସବୁ ବୟସର ମହିଳାମାନେ ପ୍ରବେଶ କରି ପାରିବେ ବୋଲି ଆଗରୁ ଶୁଣାଣୀ ହୋଇଥିଲା । କିନ୍ତୁ ଆଜି ସୁପ୍ରିମ କୋର୍ଟ କହିଛନ୍ତି ଯେ, ଆସନ୍ତା କାଲି ଏହି ମାମଲାରେ ପୁଣି ଥରେ ପୁର୍ନବିଚାର କରାଯିବ ।

ସୂଚନାନୁଯାୟୀ, ମନ୍ଦିରର କବାଟ ଖୋଲିବା ପରେ ଦୁଇ ଜଣ ମହିଳାଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଦିଆଯାଇ ନଥିଲା । ଭଗବାନ ଅୟପ୍ପାଙ୍କ ଭକ୍ତ, ମନ୍ଦିରର ପୁଜାରୀ, କେତେକ ସଂଗଠନ ଏବଂ ଦଳ ଏହି ନିଷ୍ପତିର ବିରୋଦ୍ଧ କରି ଆନ୍ଦୋଳନ କରୁଛନ୍ତି । ମୁଖ୍ୟ ନ୍ୟାୟାଧୀଶ ରଞ୍ଜନ ଗୋଗେଇ ଏବଂ  ଜଷ୍ଟିସ୍ ଏସକେ କାଲ ଏହି ସମ୍ବନ୍ଧିତ ତତ୍କାଳ ଶୁଣାଣୀ ହେବ ବୋଲି ସୂଚନା ଦେଇଛନ୍ତି । ଖଣ୍ଡପୀଠ କହିବା ଅନୁଯାୟୀ, ପିଟିସନ ୧୯ ଲମ୍ବା ରହିଛି । ଏହି ବାବଦରେ ଆସନ୍ତା କାଲି ନିଷ୍ପତି ନିଆଯିବ । ତେବେ ଏହି ପିଟିସନ ଜାତୀୟ ଅୟପ୍ପା ଭକ୍ତ ଆସୋସିଏସନ ତରଫରୁ ଦାଖଲ କରାଯାଇଛି ବୋଲି କୁହା ଯାଉଛି ।

By amfnews

Related Post