116 Views
ନୂଆଦିଲ୍ଲୀ, ଅଗଷ୍ଟ ୨୩ :
ଅରୁଣ ଜେଟଲୀ ପୁଣି ଥରେ ଅର୍ଥ ମନ୍ତ୍ରୀ ରୂପେ ଆଜି ୧୧ଟାରେ କାର୍ଯ୍ୟଭାର ସମ୍ଭାଳିବାକୁ ଯାଉଛନ୍ତି । ଏଥିପାଇଁ ରଷ୍ଟ୍ରପତି ଭବନରୁ ନୋଟିଫିକେସନ ଜାରି ହୋଇ ସାରିଛି । ସେ ବହୁ ସମୟ ଧରି ଅସୁସ୍ଥ ଥିବା କାରଣରୁ ପଦବୀ ଛାଡି ଦେଇଥିଲେ ।
ସୂଚନାନୁଯାୟୀ, ଅରୁଣ ଜେଟଲୀ ମେ ମାସରେ କିଡନୀ ପ୍ରତ୍ୟାରୋପଣ ପରେ ଶେଷ ଥର ପାଇଁ ରାଜ୍ୟସଭାର ଉପସଭାପତି ରୂପେ ବୈଠକରେ ଯୋଗ ଦେଇଥିଲେ । ତାଙ୍କର କିଡନୀ ପ୍ରତ୍ୟାରୋପଣ ସମୟରେ ଅର୍ଥ ଓ କରପୋରେଟ ମାମଲା ମନ୍ତ୍ରାଳୟ ତାଙ୍କ ପାଖରେ ଥିଲା ।
ଅରୁଣଙ୍କ ଅସୁସ୍ଥତା କାରଣରୁ ଅର୍ଥ ତଥା କରପୋରେଟ ମାମଲା ମନ୍ତ୍ରାଳୟର ଦାୟିତ୍ୱ ପୀୟୁଷ ଗୋୟଲଙ୍କୁ ଦିଆ ଯାଇଥିଲା । ଏହା ପୂର୍ବରୁ ପୀୟୁଷ ଗୋୟଲ ରେଳ ଏବଂ କୋଇଲା ମନ୍ତ୍ରାଳୟର କାର୍ଯ୍ୟଭାର ସମ୍ଭାଳୁଥିଲେ । ଗତ ତିନି ମାସ ହେବ ଅରୁଣ ଜେଟଲୀଙ୍କର ଅନୁପସ୍ଥିତି କେତେକ ଅବସରରେ ଅନୁଭବ କରାଯାଇଥିଲା । ରାଜ୍ୟସଭାରେ ଉପସଭାପତି ନିର୍ବାଚନ ଦିନ ସେ ଭୋଟ ଦେବା ପାଇଁ ସଦନ ଆସିଥିଲେ ।