Sun. Mar 8th, 2026

ପୁଅ ଜନ୍ମକଲେ ୧୪ ବର୍ଷ ହେବ କୋମାରେ ପଡ଼ିଥିବା ମହିଳା: ଦୁଷ୍କର୍ମ ସନ୍ଦେହରେ ତଦନ୍ତ ଆରମ୍ଭ କଲା ପୁଲିସ

292 Views

ଯୁକ୍ତରାଷ୍ଟ୍ର ଆମେରିକାର ଆରିଜୋନା ପ୍ରଦେଶ ଅନ୍ତର୍ଗତ ଫିନିକ୍ସ୍‍ସ୍ଥିତ ହେସିଏଣ୍ଡା ହେଲ୍‌ଥ୍‌କେୟାର୍‌ରେ ପ୍ରାୟ ୧୪ ବର୍ଷ ହେବ କୋମାରେ ପଡ଼ିରହିଥିବା ଜଣେ ମହିଳା ଡିସେମ୍ବର ୨୯ ତାରିଖ ଦିନ ପୁଅଟିଏ ଜନ୍ମ କରିଛନ୍ତି।

ଏହା ଦୁଷ୍କର୍ମ ଘଟନା ହୋଇଥାଇ ପାରେ ବୋଲି ସନ୍ଦେହ କରି ପିଲାର ବାପା କିଏ ଜାଣିବାକୁ ପୁଲିସ ତଦନ୍ତ ଆରମ୍ଭ କରିଛି। ମହିଳାଜଣକ ୨୪ ଘଣ୍ଟିଆ ଦେଖାଚାହାଁ ଆବଶ୍ୟକ କରୁଥିବାରୁ ତାଙ୍କ ରୁମ୍‌କୁ ଅନେକ ଲୋକ ଯାତାୟାତ କରୁଥିଲେ।

ପୁଲିସ େଓ୍ଵବ୍‌ସାଇଟ୍‌ କହୁଛି: ମହିଳାଜଣକ ଜନ୍ମ ନ କଲା ଯାଏଁ ସ୍ୱାସ୍ଥ୍ୟ କେନ୍ଦ୍ରର କୌଣସି କର୍ମଚାରୀ ଏ ବାବଦରେ କିଛି ଜାଣି ନ ଥିଲେ। କୋମାରେ ଥିବା ଉକ୍ତ ମହିଳା ଜଣକ ଯନ୍ତ୍ରଣାରେ ଗଁ ଗଁ ହେଉଥିଲେ କି, ସେମାନେ ଜାଣି ପାରୁ ନ ଥିଲେ ତାଙ୍କର କ’ଣ ଅସୁବିଧା ହେଉଛି।
ଆଇନ୍‌ର ଗୋପନୀୟତା ଏବଂ ତଦନ୍ତ ଚାଲିଥିବାରୁ ଏ ସଂକ୍ରାନ୍ତରେ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖପାତ୍ର କୌଣସି ବିବୃତି ଦେବାକୁ ମନା କରି ଦେଇଛନ୍ତି।

By amfnews

Related Post