272 Views
ଭିବାନୀ(ହରିୟାଣା), ଜାନୁଆରୀ ୬ : ହରିୟାଣାର ଭିବାନୀରେ ଏକ ଭିନ୍ନ ପ୍ରକାରର ବିବାହ ହୋଇଥିବା ଖବର ମିଳିଛି । ଦୁଇଜଣ ବାନ୍ଧବୀ ପରସ୍ପରକୁ ବିବାହ କରିବା ଏବଂ ବିବାହ ପରେ ସେମାନଙ୍କ ମଧ୍ୟରୁ ଜଣେ ନିଜର ଲିଙ୍ଗ ପରିବର୍ତ୍ତନ କରିବା ଘଟଣାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କିନ୍ତୁ ବିବାହ ପରେ ଦୁହିଁଙ୍କ ଜୀବନରେ ଏବେ ଝଡ଼ ସୃଷ୍ଟି ହୋଇ ଯାଇଥିବା ଜଣା ପଡ଼ିଛି । ଲିଙ୍ଗ ପରିବର୍ତ୍ତନ କରି ଯୁବକ ପାଲଟିଥିବା ଯୁବତୀ ନିଜ ପତ୍ନୀଙ୍କ ବାପ ଘର ଲୋକଙ୍କ ଉପରେ ଅଭିଯୋଗ ଆଣିଛନ୍ତି । ବିବାହ ପରେ ତାଙ୍କ ପତ୍ନୀଙ୍କୁ ବାପଘର ଲୋକ ନେଇଯିବା ସହ ଦେଖା କରିବାକୁ ଦେଉ ନଥିବା ଅଭିଯୋଗ ଆଣିଛନ୍ତି ପୀଡ଼ିତ ।

ପୁଲିସ ଦେଇଥିବା ସୂଚନା ମୁତାବକ, ଲିଙ୍ଗ ପରିବର୍ତ୍ତନ କରି ଯୁବକ ପାଲଟିଥିବା ଯୁବତୀ ଏକାଦଶରେ ପଢ଼ୁଥିବା ବେଳେ ନିଜ ବାନ୍ଧବୀଙ୍କୁ ଭଲ ପାଇ ବସିଥିଲେ । ପାଠ ପଢ଼ା ସହ ଦୁହିଁଙ୍କ ମଧ୍ୟରେ ପ୍ରେମ ହେବା ସହ ଦୁହେଁ ନିକଟତର ହୋଇଥିଲେ । ପରେ ଦୁହେଁ ଏକା ସାଙ୍ଗରେ ରହିବା ପାଇଁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ସମଲିଙ୍ଗୀ ସଂପର୍କକୁ ଲୋକମାନେ ଗ୍ରହଣ କହିବେ ନାହିଁ ବୋଲି ଭାବି ଦୁହିଁଙ୍କ ମଧ୍ୟରୁ ଜଣେ ଲିଙ୍ଗ ପରିବର୍ତ୍ତନ କରିବା କଥା ଭାବିଥିଲେ ।
