Thu. Jun 12th, 2025

ପିଲାଙ୍କ ଭବିଷ୍ୟତ ପାଇଁ ପ୍ରିୟଙ୍କା ରାଜନୀତିକୁ ଆସିବାକୁ ଆଗ୍ରହୀ ନଥିଲେ

By amfnews Jan 26, 2019 #Featured
220 Views

ଭୁବନେଶ୍ବର : ବିଳମ୍ବରେ ପ୍ରିୟଙ୍କା‌ ଗାନ୍ଧୀ ସକ୍ରିୟ ରାଜନୀତିକୁ ଆସିବାକୁ ନେଇ ମତ ରଖିଛନ୍ତି ରାହୁଲ ଗାନ୍ଧୀ। ଆଜି ଭୁବନେଶ୍ବର‌େର ରାହୁଲ କହିଛନ୍ତି, ଏହି ନିଷ୍ପତ୍ତି ଦୀର୍ଘ ଦିନରୁ ହୋଇଥିଲା। ପ୍ରିୟଙ୍କାଙ୍କ ସହିତ ଆଲୋଚନା କରିଥିଲି। ମାତ୍ର ପିଲାମାନଙ୍କ ଭବିଷ୍ୟତ ନେଇ ସେ ରାଜନୀତିକୁ ଆସିବାକୁ ଚାହୁନଥିଲେ। ଏବେ ପିଲାମାନେ ବଡ଼ ହୋଇଗଲେଣି। ଜଣେ ବିଶ୍ବବିଦ୍ୟାଳୟ‌‌ରେ ପଢ଼ୁଥିବା ବେଳେ ଆଉ ଜଣେ ବିଶ୍ବବିଦ୍ୟାଳୟରେ ପଢ଼ିବାକୁ ଯାଉଛି। ଭାଇ-ଭଉଣୀଙ୍କ ମଧ୍ୟରେ ସଂପର୍କ ନେଇ ରାହୁଲ କହିଲେ, କୌଣସି ଗୋଟିଏ ପ୍ରସଙ୍ଗରେ ଦୁହିଁଙ୍କ ୮୦ ପ୍ରତିଶତ ପର୍ଯ୍ୟନ୍ତ ସମାନ ମତ ପାଇବେ।

ସମସ୍ତେ ଭାବୁଛନ୍ତି ଯେ ଏକ ଖାନଦାନୀ ପରିବାରରୁ ଆସିଥିବାରୁ ଆମ ପାଇଁ ସବୁ କିଛି ସହଜ ହୋଇଥିବ। ମାତ୍ର ପ୍ରକୃତରେ ସେଭଳି କିଛି ନୁହେଁ। ଜେଜେ ମା’ଙ୍କଠାରୁ ଆରମ୍ଭ କରି ପିତାଙ୍କୁ ହତ୍ୟା କରାଯିବା ସମୟରେ ଆମେ ବହୁତ ଜଟିଳ ସମୟ ଦେଇ ଗତି କରିଛୁ, ଯାହା ଆମକୁ ପରସ୍ପରର ନିକଟତର କରିପାରିଛି। ଆମେ ଦୁହେଁ ପରସ୍ପରକୁ ଚିନ୍ତା କରିବାର ସମୟ ଦେଇଥାଉ। ପ୍ରିୟଙ୍କା ଓଡ଼ିଶାରେ ନିର୍ବାଚନ ପ୍ରଚାର କରିବା ସଂପର୍କରେ ରାହୁଲ କହିଥିଲେ ଯେ କୌଣସି ନିଷ୍ପତ୍ତି ହୋଇନାହିଁ। ଉତ୍ତର ପ୍ରଦେଶରେ କଂଗ୍ରେସକୁ ପୁନର୍ଜୀବିତ କରିବା ତାଙ୍କର ମୁଖ୍ୟ କାମ। ଉଲ୍ଲେଖଯୋଗ୍ୟ, ଗତ ବୁଧବାର ପ୍ରିୟଙ୍କାଙ୍କୁ କଂଗ୍ରେସ ସାଧାରଣ ସଂପାଦକ ଭାବେ ନିଯୁକ୍ତ କରାଯାଇଛି। ଯାହାକୁ ନେଇ ରାଜନୈତିକ ମହଲରେ ଚର୍ଚା ଜାରି ରହିଛି।

By amfnews

Related Post