Sun. Mar 8th, 2026

ପିଲାଙ୍କୁ ଦିଆଗଲା ଏକ୍ସପାରୀ ଔଷଧ ; ସିଡିଏମ୍ଓ କହିଲେ ଖାଇଲେ କିଛି ହେବନି

187 Views

ବଲାଙ୍ଗିର  :  ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ୍‌ ଅଞ୍ଚଳରେ ଏକ୍ସପାରୀ କୃମି ଔଷଧ ବଣ୍ଟାଯାଇଥିବା ଅଭିଯୋଗ ହୋଇଛି। ଗତ ଦୁଇରୁ ତିନି ଦିନ ଧରି ଜିଲ୍ଲାର ବିଭିନ୍ନ ସ୍କୁଲରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ଏକ୍ସପାରୀ କୃମି ଔଷଧ ବଣ୍ଟନ କରାଯାଇଥିବା ଅଭିଯୋଗ ହୋଇଛି। ଔଷଧ ଗୁଡିକର ଜୁଲାଇ ମାସରୁ ଏକ୍ସପାରୀ ହୋଇଯାଇଥିଲେ ବି ପୁଣି କିଭଳି ଭାବେ ପିଲାଙ୍କୁ ଦି‌ଆଯାଇଛି ତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ତେବେ ସିଡିଏମ୍ଓଙ୍କ କହିବା ଅନୁସାରେ ଔଷଧର ଏକ୍ସପାରୀ ତାରିଖ ଯିବାର ମାସେ ପର୍ଯ୍ୟନ୍ତ ବି ଏହାକୁ ଖାଇବାରେ କୌଣସି ଅସୁବିଧା ନାହିଁ। ଘଟଣାର ତଦନ୍ତ ଲାଗି ୪ ଜଣିଆ ଟିମ୍ ଗଠନ କରାଯାଇଛି।

By amfnews

Related Post