Sun. Mar 8th, 2026

ପିତୃହନ୍ତା ପୁଅକୁ ଆଜୀବନ କାରାଦଣ୍ତ

171 Views

ଆନନ୍ଦପୁର :  ଆନନ୍ଦପୁର ଥାନା ବଞ୍ଚୋ ଗ୍ରାମର ନାରାୟଣ ରାଉତ(୬୫) ହତ୍ୟା ମାମଲାର ରାୟ ପ୍ରକାଶପାଇଛି। ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାରକରି ଆନନ୍ଦପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ରାଜେଶ ଦାଶ ଏହି ମାମଲାର ବିଚାରକରି ଅଭିଯୁକ୍ତ ପୁଅ ଦେବକାନ୍ତ ରାଉତଙ୍କୁ ଆଜୀବନ କାରାଦଣ୍ତ ଆଦେଶ ଦେଇଛନ୍ତି। ୨୦୧୬ ଜୁନ୍ ୨୩ ତାରିଖ ରାତି ପ୍ରାୟ ସାଢ଼େ ୮ଟାବେଳେ ଏହି ହତ୍ୟାକାଣ୍ଡ ଘଟିଥିଲା। ନାରାୟଣ ଘରେ ଥିବାବେଳେ ଦେବକାନ୍ତ ଏକ କୁରାଢ଼ିରେ ତାଙ୍କୁ ଆକ୍ରମଣ କରିଥିଲା। ସଙ୍ଗେସଙ୍ଗେ ନାରାୟଣଙ୍କୁ ଆନନ୍ଦପୁର ଉପଖଣ୍ତ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ଅଭିଯୁକ୍ତ ବଡ଼ପୁଅ ଦେବକାନ୍ତ ରାଉତକୁ ପୁଲିସ୍‌ ଗିରଫ କରି କୋର୍ଟଚାଲାଣ କରିଥିଲା। ସେହିଦିନଠାରୁ ଦେବକାନ୍ତ ଜେଲ୍‌ରେ ଥିଲା। ଆଜି ତାକୁ ଆଜୀବନ କାରାଦଣ୍ତ ସହିତ ୨୦ ହଜାର ଟଙ୍କା ଜରିମାନା ଆଦେଶ ହୋଇଛି। ଜରିମାନା ଅନାଦାୟ ଆଉ ଏକବର୍ଷ କାରାଦଣ୍ତ ପାଇଁ ରାୟରେ ଉଲ୍ଲେଖ ରହିଛି।

By amfnews

Related Post