Wed. Mar 11th, 2026

ପିକ୍‌ଅପ୍‌ ଧକ୍କାରେ ଜଣେ ମୃତ; ୨ ଗୁରୁତର

160 Views

ବିନିକା : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ମାଝୀମୁଣ୍ଡା ଛକରେ ଗତକାଲି ଏକ ପିକଅପ୍‌ ଗାଡ଼ି ଧକ୍କାରେ ଜଣେ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ପୁରନ ସାହୁ। ତାଙ୍କ ଘର ବରଗଡ଼ ଜିଲ୍ଲା ବିଜେପୁର ଥାନା ମହବେର୍ଣ୍ଣI ଗାଁରେ। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଡୁଙ୍ଗୁରିପାଲି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।  ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା I ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା I

ତେବେ ପିକ୍‌ଅପ୍‌ ଭ୍ୟାନ୍‌ଟି ଦୁର୍ଘଟଣା ଘଟାଇ ଘଟଣାସ୍ଥଳରୁ ଫେରାର୍ ହେବା ସମୟରେ ଗମ୍ଭାରିପାଲି ଗାଁ ନିକଟରେ ଦୁଇ ଜଣ ଛାତ୍ରଙ୍କୁ ଧକ୍କା ଦେଇଥିଲା। ଗୁରୁତର ଥିବା ଛାତ୍ରଦ୍ୱୟ ହେଲେ କ୍ରିଷ୍ଣା ସାହୁ ଓ ସୌରଭ ବେହେରା। ସେମାନଙ୍କୁ ଡୁଙ୍ଗୁରିପାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, କ୍ରିଷ୍ଣା ଓ ସୌରଭ ଗମ୍ଭାରିପାଲି ଗାଁ ସ୍କୁଲରୁ ଘରକୁ ଚାଲି ଚାଲି ଯାଉଥିବା ସମୟରେ ଦ୍ରୁତଗତିରେ ଆସୁଥିବା ଏକ ପିକ୍‌ଅପ୍‌ ଭ୍ୟାନ୍‌ ସେମାନଙ୍କୁ ପଛପଟୁ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକେ ଛାତ୍ରଦ୍ୱୟଙ୍କୁ ଉଦ୍ଧାର କରି ଡୁଙ୍ଗୁରିପାଲି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ I ସେମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛିI ତେବେ ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ଘଟଣାସ୍ଥଳରେ ପିକ୍‌ଅପ୍‌ ଭ୍ୟାନ୍‌କୁ ପୋଡି ଦେଇଥିଲେ I

ଖବର ପାଇ ଡୁଙ୍ଗୁରିପାଲି ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏଥିସହ ଡୁଙ୍ଗୁରିପାଲି ପୁଲିସ୍‌ ଗାଡି ଡ୍ରାଇଭର କିଶୋର ମଲ୍ଲିକକୁ ଗିରଫ କରି ଘଟଣାର ତଦନ୍ତ କରୁଛି।

By amfnews

Related Post