Fri. Nov 1st, 2024

ପିଏମ କିଷାନ ସମ୍ମାନ ନିଧି ଯୋଜନା, ୯.୫ କୋଟି ଚାଷୀଙ୍କ ଖାତାକୁ ଗଲା ୧୯ ହଜାର କୋଟି ଟଙ୍କା

By amfnews May 14, 2021 #Featured
169 Views

ନୂଆଦିଲ୍ଲୀ, ମେ ୧୪ :

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ କିଷାନ ସମ୍ମାନ ନିଧି ଯୋଜନା ମାଧ୍ୟମରେ ଦେଶର ୯.୫ କୋଟି ଚାଷୀଙ୍କୁ ସହାୟତା ଆର୍ଥିକ ରାଶି ପ୍ରଦାନ କରିଛନ୍ତି । ଆଜି ପିଏମ କିଷାନ ଯୋଜନାର ଅଷ୍ଟମ କିସ୍ତି ପ୍ରଦାନ କରିଛନ୍ତି । କୃଷକଙ୍କ ଖାତାକୁ ମୋଟ ୧୯ ହଜାର କୋଟି ସହାୟତା ରାଶି ଯାଇଛି ।

ପିଏମ-କିଷାନ ଯୋଜନାରେ କେନ୍ଦ୍ର ସରକାର ଯୋଗ୍ୟ କୃଷକ ପରିବାରକୁ ବାର୍ଷିକ ୬ ହଜାର ଟଙ୍କା ଆର୍ଥିକ ସୁବିଧା ପ୍ରଦାନ କରୁଛନ୍ତି । ବର୍ଷକୁ ୨ ହଜାର ଲେଖାଏଁ ତିନୋଟି କିସ୍ତିରେ ୬ ହଜାର ଟଙ୍କା ଦେଇଥାନ୍ତି । ଏହି ପାଣ୍ଠି ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ସ୍ଥାନାନ୍ତରିତ ହୁଏ ।

ପୂର୍ବରୁ ପିଏମ-କିଷାନ ଯୋଜନାରେ ୧୦ କୋଟି ୭୫ ଲକ୍ଷରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧.୧୫ ଲକ୍ଷ କୋଟିରୁ ଅଧିକ ଟଙ୍କା ପ୍ରଦାନ କରିଛନ୍ତି। ଏହି ଟଙ୍କା ପ୍ରତ୍ୟେକ ବର୍ଷ ୪ ମାସ ଅନ୍ତରରେ ୩ଟି କିସ୍ତିରେ ଆସୁଛି । ସପ୍ତମ କିସ୍ତି ଗତବର୍ଷ ୨୫ ଡିସେମ୍ବରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ଜୟନ୍ତୀରେ ପଠାଯାଇଥିଲା ।

୨୦୧୯ ଫେବ୍ରୁଆରୀ ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତର ପ୍ରଦେଶର ଗୋରଖପୁରରୁ ଏହି ଯୋଜନାର ଆରମ୍ଭ କରିଥିଲେ।

By amfnews

Related Post