Sun. Mar 8th, 2026

‘ପିଏନ୍‌ବି ସ୍କାମ୍‌ ଏକ ସାଧାରଣ କାରବାର ଥିଲା, ସୁରକ୍ଷା ଦୃଷ୍ଟିରୁ ଭାରତ ଫେରିବାକୁ ଅସମର୍ଥ’; ସଫେଇ ଦେଲେ ନିରବ ମୋଦି

253 Views

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍‌ରେ ବହୁ କୋଟିର ଯେଉଁ ଆର୍ଥିକ ଘୋଟାଲା (ସ୍କାମ୍‌) ହୋଇଛି ତାହା ଏକ ସାଧାରଣ କାରବାର (ସିଭିଲ୍‌ ଟ୍ରାନ୍‌ଜାକସନ୍‌) ଥିଲା ବୋଲି କହିଛନ୍ତି ଏହି ଘୋଟାଲାର ମୁଖ୍ୟ ଅଭିଯୁକ୍ତ ହୀରା ବ୍ୟବସାୟୀ ନିରବ ମୋଦି। ଏବଂ ସୁରକ୍ଷା ଦୃଷ୍ଟିରୁ ସେ ଏବେ ଭାରତ ଆସିବାକୁ ଅସମର୍ଥ ବୋଲି ମଧ୍ୟ ଆଜି (ଶନିବାର) ପ୍ରିଭେନ୍‌ସନ୍‌ ଅଫ୍‌ ମନି ଲଣ୍ଡରଙ୍ଗ୍‌ ଆକ୍ଟ (ପିଏମ୍‌ଏଲ୍‌ଏ) ଅଦାଲତଙ୍କୁ ଜଣାଇ ଦେଇଛନ୍ତି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍‌ରୁ ୧୧,୩୦୦ କୋଟି ହଡ଼ପ କରି ଦେଶ ଛାଡ଼ି ଯାଇ ବିଦେଶରେ ଆତ୍ମଗୋପନ କରିଥିବା ମୁଖ୍ୟ ଅଭିଯୁକ୍ତ ନିରବ ମୋଦିଙ୍କୁ ପଳାତକ ଘୋଷିତ କରିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶଳୟ ପକ୍ଷରୁ ପ୍ରିଭେନ୍‌ସନ୍‌ ଅଫ୍‌ ମନି ଲଣ୍ଡରଙ୍ଗ୍‌ ଆକ୍ଟ (ପିଏମ୍‌ଏଲ୍‌ଏ) ଅଦାଲତ ଯେଉଁ ନୋଟିସ୍‌ ଜାରି କରିଥିଲେ, ତା’ର ଉତ୍ତର ରଖି ଏକଥା କହିଛନ୍ତି ନିରବ ମୋଦି।

By amfnews

Related Post