214 Views
ନୂଆଦିଲ୍ଲୀ,07,Feb, 2019: ବିହାରରେ ଘଟିଛି ଅମାନୁଷିକ ଘଟଣା । ବାପା ସମ୍ମୁଖରେ ଗାଁର ୬ ଜଣ ଯୁବକ ଜଣେ ଝିଅକୁ ଗଣ ଦୁଷ୍କର୍ମ କରିବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ମାନବିକତା ଦୃଷ୍ଟିରୁ ପୀଡ଼ିତାଙ୍କ ବାପା ସାହାଯ୍ୟ କରିବାକୁ ଭାବିଥିବା ବେଳେ ତାହା ତାଙ୍କୁ ଭାରି ପଡ଼ିଛି । ଦୁଷ୍କର୍ମର ଶିକାର ହେବା ପରେ ପୀଡ଼ିତା ଏବଂ ତାଙ୍କ ବାପା ଏ ନେଇ ପୁଲିସକୁ ଜଣାଇଥିଲେ । ଅଭିଯୋଗ ପାଇ ପୁଲିସ ଏବେ ୬ଜଣ ଅଭିଯୁକ୍ତଙ୍କୁ ଖୋଜିବା ଆରମ୍ଭ କରିଛି । ଅଭିଯୁକ୍ତମାନେ ହେଲେ, ଫୈଜ୍ ଆଲମ୍(୨୧), ଅବ୍ଦୁଲ ମନ୍ନାନ(୨୭), କାଳୁ(୩୫), ମୋ.ତକ୍ସୀର(୨୪), ବ.ଅଂସାର(୩୫) ।