Thu. Dec 26th, 2024

ପିଆଜ ଦର ହ୍ରାସ କରିବା ଲାଗି ଯୋଜନା କଲେ କେନ୍ଦ୍ର ସରକାର, ନେଲେ ପଦକ୍ଷେପ

By amfnews Oct 22, 2020 #Featured
263 Views

ନୂଆଦିଲ୍ଲୀ, ଅକ୍ଟୋବର ୨୨ : ବର୍ଦ୍ଧିତ ପିଆଜ ଦରରେ ନିୟନ୍ତ୍ରଣ ଆଣିବା ଲାଗି କେନ୍ଦ୍ର ସରକାର ଏବେ ଯୋଜନା କରିବେ । ଦେଶରେ ପିଆଜ ଯୋଗାଣ ବଢ଼ାଇବାକୁ ସରକାର ଆମଦାନୀ ନିୟମକୁ ଢ଼ିଲା କରି ଦେଇଛନ୍ତି । ଏଥି ସହିତ ପିଆଜ ଦରରେ ନିୟନ୍ତ୍ରଣ ଆଣିବାକୁ ବଫର ଷ୍ଟକରୁ ବଜାରରେ ପହଂଚାଇବା ପାଇଁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି । 

ଦେଶରେ ନୂଆ ଫସଲ ଆସିବାକୁ ଆହୁରି ଏକ ମାସ ଅଧିକ ସମୟ ଲାଗିବ । ଏଥି ପାଇଁ ପିଆଜ ଯୋଗାଇବାକୁ ସରକାର ସହଜ ପ୍ରକ୍ରିୟା ଖୋଜୁଛନ୍ତି । ମଙ୍ଗଳବାର ଦେଶର ସବୁଠାରୁ ବଡ଼ ପିଆଜ ମଣ୍ଡି ଲାସଲଗାଁରେ ପିଆଜ ମୂଲ୍ୟ କୁଇଣ୍ଟାଲ ପିଛା ୭୩୦୦ଟଙ୍କା ଥିଲା । ଏହି ଦର ବିଗତ ୧୦ ମାସରେ ସର୍ବାଧିକ । 

ଉପଭୋକ୍ତା ମାମଲା ମନ୍ତ୍ରାଳୟର ତଥ୍ୟ ଅନୁସାରେ ମଙ୍ଗଳବାର ଚେନ୍ନାଇର ଖୁଚୁରା ବଜାରରେ ପିଆଜ କିଲୋ ପିଛା ୭୩ ଟଙ୍କା ହୋଇଥିଲା । ଦିଲ୍ଲୀରେ କିଲୋପିଛା ୫୦ ଟଙ୍କା, କୋଲକାତାରେ ୬୫ ଟଙ୍କା ଓ ମୁମ୍ବାଇରେ ୬୭ ଟଙ୍କା ଥିଲା । ଯାହା ଆଶା କରାଯାଉଛି, ଦିପାବଳୀ ସମୟରେ ପିଆଜ ଦର ୧୦୦ ଟଙ୍କା ପହଂଚିଯାଇପାରେ । ନୂଆ ଫସଲ ୩୭ ଲକ୍ଷ ଟନ ଖୁବ ଶୀଘ୍ର ମଣ୍ଡିରେ ପହଂଚିବ । ଏହା ପରେ ବର୍ଦ୍ଧିତ ଦରରେ ଲଗାମ ଲାଗିବ । 

By amfnews

Related Post