Sun. Nov 24th, 2024

ପାର୍ବତୀଗିରି ବୃହତ୍ତ ଜଳସେଚନ ପ୍ରକଳ୍ପ ଉଦଘାଟିତ

By amfnews Sep 8, 2018
120 Views

ଭୁବନେଶ୍ୱର, ସେପ୍ଟେମ୍ବର ୮:

ରାଜ୍ୟରେ ଥିବା ଉଚ୍ଚ ଚାଷ ଜମିକୁ ଜଳ ସେଚନ ପାଇଁ ପାର୍ବତୀଗିରି ବୃହତ୍ତ ଜଳସେଚନ ପ୍ରକଳ୍ପ ଲୋକାର୍ପିତ ହୋଇଛି । ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ  ଆଜି ଏହି ପ୍ରକଳ୍ପ ଅଧୀନରେ ଥିବା ୯ଟି ଜିଲ୍ଲାର ୪୧ଟି ପଏଣ୍ଟକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ଉପସ୍ଥିତ ଥିବା ବିରୋଧୀ ଦଳ ନେତା ନରସିଂହ ମିଶ୍ର ପ୍ରତିଶ୍ରୁତି ପୂରଣ କରିଥିବାରୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି ।

୯ଟି ଜିଲ୍ଲାର ୫୦ ହଜାର ୨୨ ହେକ୍ଟର ଜମିରେ ଜଳ ସେଚନର ସୁବିଧା

ପ୍ରକଳ୍ପ ବାବଦକୁ ଖର୍ଚ୍ଚ ହୋଇଛି ୧୧୭୨ କୋଟି ଟଙ୍କା 

ମାର୍ଚ୍ଚ ସୁଦ୍ଧା ୮୦ଟି ପ୍ରକଳ୍ପ କାର୍ୟ୍ୟଙକ୍ଷମ କରିବାକୁ ଲକ୍ଷ୍ୟ 

ପାର୍ବତୀଗିରି ମେଗା ଉଠା ଜଳସେଚନ ପ୍ରକଳ୍ପ ଦ୍ୱାରା ୯ଟି ଜିଲ୍ଲାର ୫୦ ହଜାର ୨୨ ହେକ୍ଟର ଜମିରେ ଜଳ ସେଚନର ସୁବିଧା ମିଳିପାରିଛି । ଗଜପତି, କଳାହାଣ୍ଡି, ନବରଙ୍ଗପୁର, ବରଗଡ଼, ବଲାଙ୍ଗୀର, ଝାରସୁଗୁଡ଼ା, ସମ୍ବଲପୁର, ବୌଦ ଓ ସୁବର୍ଣ୍ଣପୁର ଜିଲ୍ଲାର ୫୧ଟି ପଂଚାୟତର ୩୯୨ ଟି ଗାଁ ଏହି ପ୍ରକଳ୍ପ ଦ୍ୱାରା ଉପକୃତ ହୋଇଛନ୍ତି । ଏହି ପ୍ରକଳ୍ପ ବାବଦକୁ ଖର୍ଚ୍ଚ ହୋଇଛି ୧୧୭୨ କୋଟି ଟଙ୍କା ବ୍ୟୟ କରାଯାଇଛି ।

ପାର୍ବତୀଗିରି ମେଗା ପ୍ରକଳ୍ପ ଜରିଆରେ ରାଜ୍ୟର ୨୩ଟି ଜିଲ୍ଲାରେ ୧୯୯ଟି ଯୋଜନା ଅଧିନରେ ୨ ଲକ୍ଷ ୮୬ ହଜାର ହେକ୍ଟରରୁ ଅଧିକ ଜମିରେ ଜଳସେଚନ ସୁବିଧା ପାଇଁ ଲକ୍ଷ୍ୟ ରଖାଯାଇଛି । ୨୦୧୯ ସୁଦ୍ଧା ଅଧିକ ୧୦ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ମାର୍ଚ୍ଚ ସୁଦ୍ଧା ୮୦ଟି ପ୍ରକଳ୍ପ ଜରିଆରେ ୧ ଲକ୍ଷ ହେକ୍ଡର ଜମିକୁ ଜଳ ଯୋଗାଇଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଉଦଘାଟନୀ ଅବସରରେ ସୂଚନା ଦେଇଛନ୍ତି । ଏଥିପାଇଁ ଆଗାମୀ ୫ ବର୍ଷରେ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ ।

ଏହି କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ, ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, ମୁଖ୍ୟ ଶାସନ ସଚିବ ଓ କୃଷି ଉତ୍ପାଦନ କମିଶନର ପ୍ରମୁଖ ଉପସ୍ଥିତ ଥିଲେ ।

By amfnews

Related Post