Sat. Nov 23rd, 2024

ପାର୍ବଣରେ ବଢ଼ିବ ରେଳ ଭଡ଼ା!, କ’ଣ କହିଲା ଭାରତୀୟ ରେଳବାଇ ଜାଣନ୍ତୁ

By amfnews Oct 22, 2020 #Featured
144 Views

ନୂଆଦିଲ୍ଲୀ, ଅକ୍ଟୋବର ୨୨ : ଭାରତ ଦୁର୍ଗା ପୂଜା ଓ ଦୀପାବଳି ପାଳନ କରିବାକୁ ପ୍ରସ୍ତୁତ ରହିଛି । ଏହି ଅବସରରେ ଭାରତୀୟ ରେଳବାଇ ୩୯୨ଟି ସ୍ୱତନ୍ତ୍ର ଟ୍ରେନ ସୋମବାର ଠାରୁ ଆରମ୍ଭ କରିଛି । ପୂଜା ସ୍ୱତନ୍ତ୍ର ଟ୍ରେନ ଗୁଡ଼ିକ ନଭେମ୍ବର ୩୦ ଯାଏଁ ଚାଲିବ । ପାସେଞ୍ଜରଙ୍କ ଭିଡକୁ ଦୃଷ୍ଟିରେ ରଖି ରେଳବାଇ ଏହି ସ୍ୱତନ୍ତ୍ର ଟ୍ରେନଗୁଡ଼ିକ ଚଳାଉଛି ।

ଇତି ମଧ୍ୟରେ କିଛି ଗଣମାଧ୍ୟମର ରିପୋର୍ଟର ଜଣାପଡ଼ିଛି ଯେ, ଭାରତୀୟ ରେଳବାଇ ଯାତ୍ରୀ ଭଡ଼ା ବଢ଼ାଇବାକୁ ନିଷ୍ପତ୍ତି ନେଇଛି । କିନ୍ତୁ ରେଳମନ୍ତ୍ରାଳୟ ଏଭଳି ରିପୋର୍ଟକୁ ଖଣ୍ଡନ କରିଛି । ପାର୍ବଣ ଋତୁରେ ପରିଚାଳିତ ହେଉଥିବା ସ୍ୱତନ୍ତ୍ର ଟ୍ରେନରେ ଭଡ଼ା ବଢ଼ିବା ନେଇ କିଛି ନିଷ୍ପତ୍ତି ହୋଇ ନଥିବା ରେଳବାଇ କହିଛି ।  

ଯାତ୍ରୀ ଭିଡ ହ୍ରାସ କରିବା ପାଇଁ ଭାରତୀୟ ରେଳବାଇ ପାର୍ବଣ ଓ ଗ୍ରୀଷ୍ମ ସମୟରେ ଅତିରିକ୍ତ ଟ୍ରେନ ସେବା ଦେଇଥାଏ । ରେଳଭଡ଼ା ନେଇ ପ୍ରକାଶ ପାଇଥିବା ଖବର ମିଛ । ନିୟମ ଅନୁସାରେ ସ୍ପେଶାଲ ଟ୍ରେନ ପାଇଁ ଯେଭଳି ଭାବରେ ଭଡା ଦର ଥାଏ, ତାହା ହିଁ ହୋଇଛି । 

By amfnews

Related Post