Sun. Mar 8th, 2026

ପାରିବାରିକ କଳହରୁ ପତ୍ନୀଙ୍କୁ ହାଣି ପକାଇଲେ ସ୍ୱାମୀ

218 Views

ଆନନ୍ଦପୁର: ବୁଧବାର ଭୋର୍‌ ସମୟରେ ଘସିପୁରା ଥାନା ଅଧୀନ ବାରିଗାଁରେ ଜଣେ ବ୍ୟକ୍ତି ତାଙ୍କୁ ପତ୍ନୀଙ୍କୁ କତାରେ ହାଣି ଗୁରୁତର ଆହତ କରିଛନ୍ତି। ଆହତ ପତ୍ନୀ ହେଉଛନ୍ତି ୫୦ ବର୍ଷୀୟ ମଞ୍ଜୁଲତା। ପାରିବାରିକ କଳହକୁ କେନ୍ଦ୍ର କରି ପାହାନ୍ତା ପ୍ରାୟ ୩ଟା ବେଳେ ସ୍ୱାମୀ ନବଘନ ସାହୁ ତାଙ୍କୁ ହାଣି ପକାଇଥିଲେ।

ଚିକିତ୍ସା ପାଇଁ ମଞ୍ଜୁଲତାଙ୍କୁ ପୁଅମାନେ ପ୍ରଥମେ ଆନନ୍ଦପୁର ଡାକ୍ତରଖାନା ନେଇଥିଲେ। ଅଧିକ ଚିକିତ୍ସା ନିମନ୍ତେ ସେଠାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନା ପଠାଇ ଦିଆଯାଇଛି। ଖବର ପାଇ ପୁଲିସ ଅନୁସନ୍ଧାନ ପାଇଁ ଆନନ୍ଦପୁର ଡାକ୍ତରଖାନାରେ ପହଞ୍ଚିଥିଲା। ଘଟଣା ପରେ ଅଭିଯୁକ୍ତ ସ୍ୱାମୀ ଫେରାର ହୋଇ ଯାଇଥିବା କୁହାଯାଉଛି।

By amfnews

Related Post