Sat. Mar 7th, 2026

ପାରାଦୀପରେ ଆଜି ଦୁଇଟି ପୃଥକ ପୃଥକ ଦୁର୍ଘଟଣାରେ ଦୁଇଜଣଙ୍କର ମୃତ୍ୟୁ

206 Views

ପାରାଦୀପ : ଜଗତସିଂହପୁର ଜିଲ୍ଲାର ପାରାଦୀପରେ ଆଜି ସକାଳୁ ସକାଳୁ ଦୁଇଟି ପୃଥକ ପୃଥକ ଦୁର୍ଘଟଣାରେ ଦୁଇଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି | ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ପାରାଦୀପର ମୁଖ୍ୟ ରାସ୍ତା ଟର୍ମିନାଲ ଛକରେ ଜଣେ ବାଇକ୍ ଆରୋହୀଙ୍କ ଉପରେ ଟ୍ରକ ମାଡିଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କର ନାମ ଉମେଶ ବେହେରା ବୋଲି ଜଣାଯାଇଛି | ମୃତ ଉମେଶଙ୍କ ଘର ଯାଜପୁର ଜିଲ୍ଲା ବରୀ ଅଞ୍ଚଳରେ ବୋଲି ଜଣାପଡିଛି |

ସେହିପରି ଅନ୍ୟ ଏକ ଘଟଣାକ୍ରମେ ନେହେରୁ ବଙ୍ଗଳା ରାସ୍ତାରେ ଜଣେ ସାଇକେଲ ଆରୋହୀଙ୍କୁ ଅଜଣା ଗାଡି ଧକ୍କା ଦେବା ଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ଅଠରବାଙ୍କୀ ବିଜୁ ମେମୋରିଆଲ ଡାକ୍ତରଖାନାକୁ ଅଣାଯାଇ ଚିକିତ୍ସା କରାଯାଉଥିବା ବେଳେ ତାଙ୍କର ବି ମୃତ୍ୟୁ ଘଟିଥିବା ଜଣାଯାଇଛି | ତାଙ୍କ ନାମ ହେଉଛି ପ୍ରମୋଦ ସେଠୀ ଓ ତାଙ୍କ ଘର କେନ୍ଦ୍ରାପଡା ଜିଲ୍ଲାର ଶିରୀପୁରରେ ବୋଲି ଜଣାପଡିଛି | ଏଦୁଇ ଘଟଣାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।

By amfnews

Related Post