Mon. Jun 9th, 2025

ପାନପୋଷ ଧର୍ମଶାଳାରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର

rklsanchar@gmail.com' By J.N. Pradhan Aug 14, 2018 #Featured
246 Views

ରାଉରକେଲା, ୧୪ା୮: ହାଇଟେକ ମେଡ଼ିକାଲ କଲେଜ ଓ ହାସପାତାଳ ଏବଂ ଜଗନ୍ନାଥ ସାଂସ୍କୃତିକ ସମିତିର ମିଳିତ ଆନୁକୂଲ୍ୟରେ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଆୟୋଜିତ ହୋଇଯାଇଛି । ଗତକାଲି ପୂର୍ବାହ୍ନରେ ଏହି ସ୍ୱାସ୍ଥ୍ୟସେବା ଶିବିରକୁ ହାଇଟେକ୍ ମେଡ଼ିକାଲ କଲେଜର ବରିଷ୍ଠ ଡାକ୍ତର ପି.ସି.ମହାପାତ୍ର ଉଦ୍ଘାଟନ କରିଥିଲେ ।

ଏହି ଶିବିରରେ ଡାଇବେଟିସ୍, ଉଚ୍ଚ ରକ୍ତଚାପ, ଶିଶୁ ରୋଗ, ଅସ୍ଥିଶଲ୍ୟ, ମେଡିସିନ ସମେତ ଅନ୍ୟାନ୍ୟ ରୋଗର ମାଗଣା ଚିକିତ୍ସା ସହିତ ଔଷଧ ବିତରଣ କରାଯାଇଥିଲା । ପ୍ରାୟ ଦେଢ଼ ଶହ ରୋଗୀ ଶିବିରରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ ।

ସ୍ୱାସ୍ଥ୍ୟସେବା ଶିବିରକୁ ହାଇଟେକ୍ ମେଡ଼ିକାଲ ଓ ହାସପାତାଳର ବରିଷ୍ଠ ଅଧିକାରୀ ସଲିଲ ପଟ୍ଟନାୟକ, ଅମରେନ୍ଦ୍ର ରଣସିଂହ, ଜଗନ୍ନାଥ ସାଂସ୍କୃତିକ ସମିତିର ସଭାପତି ତଥା ପାନପୋଷର ପୂର୍ବତନ କାଉନସିଲର ହରମୋହନ ମହାପାତ୍ର, ସନ୍ତୋଷ କୁମାର, ନୀରଜ ସାହୁ, ପ୍ରତାପ ଜୈସ୍ୱାଲ, ପବନ ଜଲାନ, ବିକାଶ ଶୁକ୍ଳା, ଅଭୟ ପ୍ରସାଦ, ସୁନିଲ ସାହୁ, ଅଭିଷେକ ତ୍ରିବେଦୀ, ଚନ୍ଦ୍ରଶେଖର ବର୍ମା, ରଞ୍ଜିତ ଝା, ରମେଶ ଜୈସ୍ୱାଲ, ହରିହର ରଣା ଓ ଆଶିଷ ଜୈସ୍ୱାଲ ପ୍ରମୁଖ ପରିଚାଳନା କରିଥିଲେ ।

Related Post