ରାଉରକେଲା, ୪ା୯ : ପାନପୋଷ ଉପଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜଣେ ବୃଦ୍ଧ ଆତ୍ମହତ୍ୟା କରିବା ଉଦ୍ୟମ କରି ବିଫଳ ହୋଇଥିବା ଜଣାପଡିଛି । ବୃଦ୍ଧଙ୍କ ନାମ ଶଶାଙ୍କ ଶତପଥୀ (୬୦) । ତାଙ୍କ ଆତ୍ମହତ୍ୟା ସର୍ବସମ୍ମୁଖକୁ ଆସିଯିବାରୁ ବୃଦ୍ଧ ଜଣକ ଆସନ୍ନ ମୁତ୍ୟୁମୁଖର ବର୍ତ୍ତି ଯାଇଛନ୍ତି । ଚିକିତ୍ସା ପାଇଁ ତାଙ୍କୁ ଆଇଜିଏଚ୍ରେ ଭର୍ତ୍ତି କରାଯାଇଛି । ଶ୍ରୀ ଶତପଥୀ ପାନପୋଷ ଉପଜିଲାପାଳଙ୍କ କାର୍ଯ୍ୟାଳୟ, ପୁରୁଣା କୋର୍ଟ, ଯୋଗାଣ କାର୍ଯ୍ୟାଳୟ ଓ ଟ୍ରେଜେରୀ କାର୍ଯ୍ୟାଳୟ ଆଖପାଖରେ ବୁଲାବୁଲି କରୁଥିବା ଲୋକେ କହୁଛନ୍ତି ।
ତେବେ ହଠାତ୍ କୋର୍ଟ ପରିସରରେ ଥିବା ଏକ ଗଛକୁ ଚଢ଼ି ଯାଇ ବୃଦ୍ଧ ଜଣକ ଫାଶୀ ଲଗାଇ ଦେଇଥିଲେ । ସେଠାରେ ଉପସ୍ଥିତ କିଛି ଲୋକେଙ୍କ ମଧ୍ୟରୁ ଗଛକୁ ଚଢ଼ି ଯାଇ ବୃଦ୍ଧଙ୍କୁ ଉଦ୍ଧାର କରିଥିଲେ । ଆଖିପୁଛୁଳାକେ ଏସବୁ ଘଟି ଯାଇଥିଲା । ଖବର ପାଇ ପୁଲିସ ମଧ୍ୟ ସେଠାରେ ପହଞ୍ଚିଥିଲା ଓ ବୃଦ୍ଧଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଆଇଜିଏଚ୍ରେ ଭର୍ତ୍ତି କରିଥିଲା । ଏ ସମ୍ପର୍କରେ ଖବର ପାଇ ପାନପୋଷ ଉପଜିଲାପାଳ ବିଶ୍ୱଜିତ ମହାପାତ୍ର ଆଇଜିଏଚ୍ ଯାଇ ତାଙ୍କ ଚିକିତ୍ସା ସମ୍ପର୍କରେ ବୁଝାସୁଝା କରିବା ସହ ଆଇଜିଏଚ୍ ନିର୍ଦ୍ଦେଶକ ଡାକ୍ତର ଏସ୍.ଏସ୍.ପତିଙ୍କ ସହ ଆଲୋଚନା କରିଥିଲେ । ଚିକିତ୍ସା ପାଇଁ ରେଡ଼କ୍ରସ୍ ପାଣ୍ଠିରୁ କିଛି ଆର୍ଥିକ ସହାୟତା ଯୋଗାଇ ଦେବାକୁ ଉପଜିଲାପାଳ ଶ୍ରୀ ମହାପାତ୍ର କହିଛନ୍ତି । ତେବେ ଶ୍ରୀ ଶତପଥୀଙ୍କ ଆତ୍ମହତ୍ୟା ଉଦ୍ୟମ ସମ୍ପର୍କରେ କିଛି ସଠିକ୍ ତଥ୍ୟ ମିଳିପାରି ନାହିଁ ।