Sat. Mar 7th, 2026

ପାଣ୍ଡିଆନଙ୍କ କୁଶପୁତ୍ତଳିକା ଦାହ

227 Views

ଅନୁଗୋଳ : 5T ମୁଖ୍ୟ ସଚିବ ଭି.କେ. ପାଣ୍ଡିଆନଙ୍କ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗସ୍ତକୁ ନଗର କଂଗ୍ରେସ କମିଟି ପକ୍ଷରୁ ବିରୋଧ କରାଯାଇଛି। ଗତକାଲି କଂଗ୍ରେସ କର୍ମୀମାନେ ପାଣ୍ଡିଆନଙ୍କ କୁଶ ପୁତ୍ତଳିକା ଦାହ କରିବା ସହ ବିଶାଳ ଶୋଭାଯାତ୍ରା କରି ସହର ପରିକ୍ରମା କରିଥିଲେ। ଅନୁଗୋଳ ସହରରେ ଡ଼ମ୍ପିଙ୍ଗ ୟାର୍ଡ ନଥିବା ବେଳେ ଡ୍ରେନେଜ ସମସ୍ୟା ରହିଛି। ଏହା ସହ ଡାକ୍ତରଖାନାରେ ଡାକ୍ତର ଅଭାବ ସହ କର୍ମଚାରୀ ପଦବୀ ଖାଲି ରହିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆନୁସଙ୍ଗିକ ବ୍ୟବସ୍ଥା ନ ଥିବା ବେଳେ ପାଣ୍ଡିଆନଙ୍କ ଏହା କେବଳ ଲୋକଦେଖାଣିଆ ଗସ୍ତ ବୋଲି ଦଳ ଅଭିଯୋଗ କରିଛି। ତେଣୁ ପ୍ରଥମେ ସମସ୍ୟାର ସମାଧାନ କରାଯାଉ ବୋଲି ଦଳ ଦାବି କରିଛି।

ଗତକାଲି 5T ସଚିବ ଭି. କେ. ପାଣ୍ଡିଆନ ଓ ତାଙ୍କ ଟିମ୍ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗସ୍ତରେ ଆସିଥିଲେ। ଡାକ୍ତରଖାନାରେ ପହଞ୍ଚି ସେମାନେ ବିଭିନ୍ନ ଓ୍ୱାର୍ଡ ବୁଲି ଦେଖିବା ସହ ରୋଗୀଙ୍କ ସହ ଆଲୋଚନା କରି ସ୍ୱାସ୍ଥ୍ୟ ସେବା ଠିକ୍‌ରେ ମିଳୁଛି କି ନାହିଁ, ସେନେଇ ପଚାରି ବୁଝିଥିଲେ।
ଗସ୍ତ ସମୟରେ ପାଣ୍ଡିଆନଙ୍କ ସହ ଅଶୋକ ମୀନା, ସାଲିନୀ ପଣ୍ଡିତ, ଅନୁଗୋଳ ଜିଲ୍ଲାପାଳ, ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ଓ ଅନ୍ୟ ଉଚ୍ଚପଦସ୍ତ ଅଧିକାରୀ ଉପସ୍ଥିତ ଥିଲେ। ତେବେ କଂଗ୍ରେସର ବିରୋଧ ନେଇ ପାଣ୍ଡିଆନଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

By amfnews

Related Post