Sun. Mar 8th, 2026

ପାଣିରେ ବୁଡ଼ିଗଲେ ଭାଇ ଭଉଣୀ

The drowning man. The man in water asks about the help.
222 Views

ଗଜପତି, ନଭେମ୍ବର ୮: ଭାଇ ଭଉଣୀଙ୍କ ସଲିଳ ସମାଧି। ମା’ଙ୍କ ସହ ନଦୀରେ ଗାଧୋଉଥିବା ବେଳେ ବୁଡ଼ିଗଲେ ଏହି ଭାଇ ଭଉଣୀ।ଗଜପତି ଜିଲ୍ଲା ମୋହନାରୁ ଆଜି ସକାଳୁ ସକାଳୁ ଏମିତି ଦୁଃଖଦ ଖବର ଆସି ପହଞ୍ଚିଛି।ମୃତ ଭାଇଭଉଣୀ ହେଲେ ସୌମ୍ୟା ସୁଆଲସିଂ (୬) ଓ ବିଷ୍ଣୁ ସୁଆଲସିଂ (୩)।ସୁଚନା ଅନୁସାରେ, ନଦୀରେ ମା’ଙ୍କ ସହ ଏ ଦୁହେଁ ଗାଧୋଇବାକୁ ଯାଇଥିଲେ। ହଠାତ୍‌ ଦୁହେଁ ପାଣିରେ ବୁଡ଼ି ଯାଇଥିଲେ। ଦୁଇ ଛୁଆଙ୍କୁ ଉଦ୍ଧାର କରି ମହିଳା ଜଣଙ୍କ ମୋହନା ଡାକ୍ତରଖାନାକୁ ଆଣିଥିଲେ। ତେବେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।ପୁଲିସ୍ ମୃତଦେହ ଜବତ କରି ତଦନ୍ତ କରୁଛି।

By amfnews

Related Post