Wed. Nov 27th, 2024

ପାଣିପାଗ ବିଭାଗର ପୂର୍ବାନୁମାନ କାଳବୈଶାଖୀ ବର୍ଷା ସହ ହୋଇପାରେ କୂଆପଥର ମାଡ ଓ ଧୂଳିଝଡ

rout.subhashree22@gmail.com' By Subhashree Rout May 11, 2018 #Featured
350 Views

ରାଜ୍ୟରେ ୪ଟି ଜିଲ୍ଲା ନୟାଗଡ, ଅନୁଗୁଳ, କଟକ ଓ ଖୋର୍ଦ୍ଧାରେ କାଳବୈଶାଖୀ ବର୍ଷା, କୁଆପଥର ମାଡ ସହ ଧୂଳିଝଡ ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହାସହ ଘଣ୍ଟା ପ୍ରତି ୫୦ରୁ ୬୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ଗତକାଲି ରାଜ୍ୟର ୧୧ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ମାତ୍ର କିଛି କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଥିବାରୁ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ତାତି ଜାରି ରହିବା ସହ କାଳବୈଶାଖୀର ପ୍ରଭାବ ମଧ୍ୟ ରହିବ । ଗତ କିଛିଦିନ ହେବ ଉପକୂଳ ଓଡିଶାରେ ଖରାର ପ୍ରକୋପ ଏତେଟା ନଥିଲେ ବି ଗୁଳୁଗୁଳି କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛନ୍ତି ।

Related Post