Sun. Mar 8th, 2026

ପାଣିକୋଇଲି ପୁଲିସ କବଜାରେ ୬ ଅନ୍ତଃ ଜିଲ୍ଲା ଡକାୟତ

317 Views

ଯାଜପୁର : ପାଣିକୋଇଲି ପୁଲିସ ଏକ ଅନ୍ତଃଜିଲ୍ଲା ଡକାୟତ ଗ୍ୟାଙ୍ଗକୁ କାବୁ କରିବାରେ ବୁଧବାର ସକ୍ଷମ ହୋଇଛି। ସୂଚନା ଅନୁସାରେ ଗତ ୨ ତାରିଖ ଦିନ ଯାଜପୁରଟାଉନ-ପାଣିକୋଇଲି ରାସ୍ତାର ଟିକର ପୋଲ ନିକଟରେ ବିଳମ୍ବିତ ରାତିରେ ପବିତ୍ର ସ୍ୱାଇଁ ନାମକ ଜଣେ ଆଳୁ ବ୍ୟବସାୟୀଙ୍କଠାରୁ ଭୁଜାଲି ଦେଖାଇ ଟଙ୍କା ଲୁଟ ହୋଇଥିବା ପାଣିକୋଇଲି ଥାନାରେ ଅଭିଯୋଗ ହୋଇଥିଲା। ଲୁଟେରା ବ୍ୟବସାୟୀଙ୍କ ଠାରୁ ୩ଲକ୍ଷ ୨୮ ହଜାର ଟଙ୍କା ଲୁଟ କରିନେଇଥିଲେ। ପୁଲିସ କେସ ନଂ ୧୯/୧୯ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ଗତକାଲି ଲୁଟେରାଙ୍କୁ କାବୁ କରିବାରେ ସକ୍ଷମ ହୋଇଛି।

ଅଭିଯୁକ୍ତମାନେ ହେଲେ ଅନୁଗୁଳ ଜିଲ୍ଲାର ତାଳଚେର ଥାନା ଅଞ୍ଚଳର ବାବୁଲା ସାହୁ, ଢେଙ୍କାନାଳ ଜିଲ୍ଲାର ଭୁବନ ଥାନାର କାଳିଆ ରଣା ଓ ପପୁ ରଣା, ଯାଜପୁର ରୋଡ ଥାନାର ପ୍ରଶାନ୍ତ ପାତ୍ର, କଟକ ଜିଲ୍ଲାର ଚାଉଳିଆଗଂଜ ଥାନାର ଶୁଶ୍ରୀ ରଂଜନ ମହାପାତ୍ର ଏବଂ ଶିଖରପୁର ଥାନା ଅଧିନର ଚେମା ପ୍ରଧାନକୁ ଗିରଫ କରାଯାଇଛ।

By amfnews

Related Post