196 Views
ବଲାଙ୍ଗିର: ବହୁ ଚର୍ଚ୍ଚିତ ବଲାଙ୍ଗିରର ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଖଳନାୟକ ପୁଞ୍ଜିଲାଲ ମେହେରର ବେଲ୍ ଆବେଦନକୁ ବଲାଙ୍ଗିର ଅତିରିକ୍ତ ଜିଲ୍ଲା ଦୌରାଜର୍ଜ ଖାରଜ କରିଦେଇଛନ୍ତି । ଶୁକ୍ରବାର ବଲାଙ୍ଗିର ଅତିରିକ୍ତ ଜିଲ୍ଲା ଦୌରାଜର୍ଜଙ୍କ ଅଦାଲତରେ ପୁଞ୍ଜିଲାଲର ବେଲ୍ ଆବେଦନର ଶୁଣାଣୀ ହୋଇଥିଲା । ଅଦାଲତ ନିଜ ରାୟକୁ ସଂରକ୍ଷିତ ରଖିବା ସହ ପୁଞ୍ଜିଲାଲର ବେଲ ଆବେଦନକୁ ଖାରାଜ କରିଦେଇଛନ୍ତି । ଅଦାଲତଙ୍କ ଏହି ରାୟ ବିରୁଦ୍ଧରେ ପୁଞ୍ଜିଲାଲ ଉଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହେବ ବୋଲି ତାଙ୍କ ଓକିଲ ସୂଚନା ଦେଇଛନ୍ତି ।
ଅଭିଯୋଗ ଅନୁସାରେ , ଗତ ଫେବ୍ରୁୟାରୀରେ ପୁଞ୍ଜିଲାଲର ପାର୍ସଲ ବୋମାରେ ନବ ବିବାହିତ ସୌମ୍ୟାଶେଖର ସାହୁ, ତାଙ୍କ ବଡମା’ ଜେମାମଣୀଙ୍କ ମୃତୁ୍ୟ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ରିମାରାଣୀ ଗୁରୁତର ଆହତ ହୋଇଥିଲେ । ପୁଞ୍ଜିଲାଲ କ୍ରାଇମ ବ୍ରାଞ୍ଚ ଦ୍ୱାରା ଗିରଫ ହୋଇଥିଲା ।