Sun. Mar 8th, 2026

ପାଟକୁରା ନିର୍ବାଚନ ପାଇଁ ନବୀନ ଙ୍କ ରୋଡ ସୋ

139 Views

ଭୁବନେଶ୍ୱର : ଭାଇ ଓ ଭଉଣୀମାନେ ପାଟକୁରା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟିକା ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ଵାଲ୍‌ଙ୍କୁ ଆପଣମାନେ ଜିତାନ୍ତୁ ବୋଲି ଜନସାଧାରଣଙ୍କୁ ନିବେଦନ କରି ବୁଧବାର ପୂର୍ବାହ୍ନରେ ପାଟକୁରା ବିଧାନସଭା ନିର୍ବାଚନ ପ୍ରଚାର ପରିପ୍ରେକ୍ଷୀରେ ହାଇଟେକ୍‌ ବସ୍‌ରେ ରୋଡ୍‌ ସୋ’ କରିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ଭୁବନେଶ୍ୱରରୁ ହେଲିକପ୍ଟର୍‌ ଯୋଗେ ଯାଇ ମୁଖ୍ୟମନ୍ତ୍ରୀ ବାରିମୂଳରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡ୍‌ରେ ଅବତରଣ କରିବା ପରେ ହାଇଟେକ୍‌ ବସ୍‌ରେ ଚଢ଼ି ରୋଡ୍‌ ସୋ’ ଆରମ୍ଭ କରିଥିଲେ। ସେଠାରୁ ମୁଖ୍ୟମନ୍ତ୍ରୀ ନହଙ୍ଗ ବାଟ ଦେଇ ଗରଦପୁର ଓ ମାର୍ଶାଘାଇ ଅଞ୍ଚଳରେ ପହଞ୍ଚି ପାଟକୁରା ଆସନର ବିଜେଡି ବିଧାୟିକା ପ୍ରାର୍ଥିନୀ ସାବିତ୍ରୀ ଅଗ୍ରଓ୍ଵାଲ୍‌ଙ୍କ ପାଇଁ ରୋଡ୍‌ ସୋ’ ଚଳାଇଛନ୍ତି। ହାଇଟେକ୍‌ ବସ୍‌ରେ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବା ପାଇଁ ରାସ୍ତାଘାଟରେ ପ୍ରବଳ ଜନସମାଗମ ହୋଇଛି।

By amfnews

Related Post