Tue. Mar 10th, 2026

ପାଟକୁରାରେ ଲାଗିବ ହେଭିୱେଟ୍‌ଙ୍କ ଭିଡ଼: ବିଜେପି ଓ ବିଜେଡ଼ି ଜାରି କଲେ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା

246 Views

କେନ୍ଦ୍ରାପଡ଼ା, ଜୁଲାଇ ୧୧ :  ମୌସୁମୀ ଆସି ରାଜ୍ୟରେ ତାପମାତ୍ରା କମାଇଦେଇଥିବାବେଳେ କେନ୍ଦ୍ରାପଡ଼ା ପାଟକୁରା ନିର୍ବାଚନ ପୁଣି ଥରେ ରାଜ୍ୟ ରାଜନୀତି ପାଣିପାଗ ସରଗରମ କରି ଦେଇଛି । କଂଗ୍ରେସ ଟିକେ ଚୁପ ହୋଇଯାଇଥିବାବେଳେ ଏଠି କିନ୍ତୁ ବିଜେପି ଓ ବିଜେଡ଼ି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି । ଉଭୟ ଦଳ ଆଜି ଷ୍ଟାର ପ୍ରଚାରକ ତାଲିକା ଜାରି କରିଛନ୍ତି । ଖୋଦ୍‌ ମୁଖ୍ୟମନ୍ତ୍ରୀ ଏଠାରେ ପ୍ରଚାର ମଇଦାନକୁ ଓହ୍ଲାଇବେ । ଦଳର ବହୁ ହେଭିୱେଟ୍‌ ନେତା ଦଳୀୟ ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ପାଇଁ ଭୋଟ୍‌ ମାଗିବାକୁ ପାଟକୁରା ଗସ୍ତ କରିବେ ବୋଲି ଜଣାପଡ଼ିଛି । ସେହିପରି ବିଜେପି ମଧ୍ୟ ବହୁ ହେଭିୱେଟ୍‌ ନେତାଙ୍କୁ ବିଜୟ ମହାପାତ୍ରଙ୍କ ପାଇଁ ମଇଦାନକୁ ପଠାଉଛି ।

ବିଜେଡ଼ି ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ଜାରି କରିଛି । ଷ୍ଟ୍ରାର ପ୍ରଚାର ତାଲିକାରେ ପ୍ରଥମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରହିଛନ୍ତି । ସେହିପରି  ପ୍ରମିଳା ମଲ୍ଲିକ, ପ୍ରତାପ କେଶରୀ ଦେବ, ପ୍ରତାପ ଜେନା, ଅତନୁ ସବ୍ୟସାଚୀ ନାୟକ, ପ୍ରଦୀପ କୁମାର ପାଣିଗ୍ରାହୀ, ସଞ୍ଜୟ ଦାସବର୍ମା, ଅରୁଣ କୁମାର ସାହୁ, ପ୍ରଣବ ପ୍ରକାଶ ଦାସ, ସୁଶାନ୍ତ ସିଂ, ଦିବ୍ୟଶଙ୍କର ମିଶ୍ର, ରଘୁନନ୍ଦନ ଦାସ, ଅରବନ୍ଦି ଢାଲି ଓ ଶାରଦା ନାୟକ ଅଛନ୍ତି ।

ସେହିପରି ବିଜେପିର ୪୦ ଜଣିଆ ତାଲିକାରେ ବିଧାୟକ, ସାଂସଦ ଓ କେନ୍ଦ୍ରମନ୍ତ୍ରୀମାନଙ୍କୁ ସାମିଲ କରାଯାଇଛି । ଓଡ଼ିଶା ପ୍ରଭାରୀ ଅରୁଣ ସିଂହ, ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଜୁଏଲ ଓରାମ, ବୈଜୟନ୍ତ ପଣ୍ଡା, ସୁରେଶ ପୂଜାରୀ, ସମ୍ବିତ ପାତ୍ର, ବସନ୍ତ ପଣ୍ଡା, ବିଶ୍ୱଭୂଷଣ ହରିଚନ୍ଦନ, କେଭି ସିଂହଦେଓ, ମନମୋହନ ସାମଲ, ଅପରାଜିତା ଷଡ଼ଙ୍ଗୀ, ସଙ୍ଗୀତା ସିଂହଦେଓ, ଶ୍ରୀତମ ଦାସ, ହରିହର ମହାପାତ୍ର, ଅନୁ ଚୌଧୁରୀ ଓ ପିଙ୍କି ପ୍ରଧାନ ପ୍ରମୁଖ ରହିଛନ୍ତି ।

By amfnews

Related Post